www.samajalive.in
Sunday, December 7, 2025
23.1 C
Bhubaneswar

ପେଚା ଗୋଟାକୁ ୩ କୋଟି ଟଙ୍କା, ସାପର ମୂଲ୍ୟ ୨ କୋଟି

ଉଜ୍ଜୟିନୀ: ବିଶ୍ବାସ କରି ନ ହେଉଥିଲେ ମଧ୍ୟ କଥାଟି ସତ । ସାପ ଗୋଟାକୁ ୨ କୋଟି ଟଙ୍କା, ଆଉ ପେଚା ଗୋଟିକୁ ୩ କୋଟି ଟଙ୍କା । ଏହି ଦୁର୍ଲଭ ସାପ ଓ ପେଚା କାରବାର କରୁଥିବା ଏକ ଦଳକୁ ଠାବ କରିଛି ଉତ୍ତରପ୍ରଦେଶ ପୁଲିସ । ସେମାନଙ୍କୁ ଅଦାଲତରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି ।

ଉତ୍ତରପ୍ରଦେଶ ପୁଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ ଅଧୀକ୍ଷକ ଗୀତେଶ କୁମାର ଗର୍ଗଙ୍କ ସୂଚନା ଅନୁସାରେ ଏହି ଦୁର୍ଲଭ ସାପ ଓ ପେଚା ଚୋରା କାରବାର ହେଉଥିବା ସୂଚନା ମିଳିବା ପରେ ଉପ ରେଞ୍ଜର ଉଦୟ ରାଜ ପାୱାର ଓ ଅନ୍ୟ କିଛି କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ନମ୍ବର ଥିବା ଦୁଇ ଗାଡ଼ି ଯାଞ୍ଚ ବେଳେ ଏହି ସାପ ଓ ପେଚାକୁ ଉଦ୍ଧାର କରାଯାଇଥିଲା । ଏହା ସହ ଦୁଇ ଗାଡ଼ିରୁ ୪ ମହିଳା ଓ ୬ ପୁରୁଷଙ୍କୁ ଗିରଫ କରାଯାଇଥିଲା ।

- Advertisement -

ଏସଟିଏଫ୍ ଅଧୀକ୍ଷକ ଶ୍ରୀ ଗର୍ଗଙ୍କ ସୂଚନା ଅନୁସାରେ ସାପଟିର ଓଜନ ୬.୫ କିଲୋଗ୍ରାମ ଓ ଏହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ପାଖାପାଖି । ଏହି ସାପକୁ ଶକ୍ତି ବର୍ଦ୍ଧକ ଔଷଧ ଓ ଅନ୍ୟ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ । ସେହିପରି ସୁନେଲି ରଙ୍ଗର ପେଚାକୁ ତନ୍ତ୍ର ସାଧନ ଓ ମାଟିତଳେ ଗୁପ୍ତଧନ ସନ୍ଧାନ କାର୍ଯ୍ୟରେ ବ୍ୟବହାର କରାଯାଏ ବୋଲି କୁହାଯାଉଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories