www.samajalive.in
Tuesday, December 9, 2025
16.1 C
Bhubaneswar

ଆରଡି ପୁଲିସ ପକ୍ଷରୁ ନବନିର୍ମିତ ପୁଷ୍ପ ଉଦ୍ୟାନ ଉଦଘାଟିତ

ଆରଡି: ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିପୀଠରେ ଥିବା ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ଉଦ୍ୟମ କ୍ରମେ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳରେ ନବନିର୍ମିତ ପୁଷ୍ପ ଉଦ୍ୟାନକୁ ଗୁରୁବାର ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଧାମନଗର ଏସଡିପିଓ ମନୋରଞନ ସାମଲଙ୍କ ଉଦଘାଟନ କରିଛନ୍ତି। ଏହି ଅବସରରେ ଏସଡିପିଓ ସାମଲଙ୍କୁ ସର୍ବପ୍ରଥମେ ଆରଡି ପୁଲିସ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସ୍ୱାଗତ କରାଯାଇଥିଲା। ପରେ ସେ ପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା ସାରି ମଣିବାବଙ୍କ ଉଦେଶ୍ୟରେ ନିର୍ମିତ ପୁଷ୍ପ ଉଦ୍ୟାନକୁ ଉଦଘାଟନ କରିଥିଲେ। ତାହା ସହ ପୁଷ୍ପ ତୋଳି ମଣିବାବଙ୍କ ବଡସିଂହାର ବେଶ ନିମନ୍ତେ ସେବାୟତଙ୍କୁ ପ୍ରଦାନ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଆରଡି ଫାଣ୍ଡିର ହାବିଲିଦାର ରମେଶ ଚନ୍ଦ୍ର ମଲିକ, ଜଜାତି ପ୍ରଧାନ, ଶଶିକାନ୍ତ ଦାସଙ୍କ ସହ ପୀଠର ଜନସାଧାରଣ ଓ ମନ୍ଦିର ସମସ୍ତ ସେବାୟତ ଉପସ୍ଥିତ ଥିଲେ।

Hot this week

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories