ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୬ତମ ଜନ୍ମଜୟନ୍ତୀ ପାଳିତ

ଗଞ୍ଜାମ: ଗଞ୍ଜାମ ନଗର ବିଜୁ ଜନତା ଦଳ ପକ୍ଷରୁ ,ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଯାଇଛି। ଏହି ଅବସରରେ ଗଞ୍ଜାମ ସହର ସ୍ଥିତ ସାମନ୍ତରା ସାହିରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀଙ୍କ ନେତୃତ୍ୱରେ ସ୍ଥାନୀୟ ଦଳୀୟ ନେତାଙ୍କ ଉପସ୍ତିତିରେ ମହିଳା, ଛାତ୍ର ବିଜେଡି ଓ କର୍ମୀମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆଗାମୀ ୨୪ ତାରିଖରେ ପୌରାଞ୍ଚଳ ନିର୍ବାଚନ ରହିଥିବାରୁ ଶତାଧିକ ବିଜେଡି ନେତା ଓ କର୍ମୀଙ୍କ ଏକତ୍ରିତ ହୋଇଥିବା ଜଣାପଡିଛି।

ଏହି କାର୍ଯ୍ୟକ୍ରମରେ ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନଏସି ଅଧ୍ୟକ୍ଷା ଉର୍ମିଳା ପଲାଇ, ବିଜେଡି ନଗର ସଭାପତି ପି.ରାଜୁ ରେଡି, ବିଜେଡି ଏନଏସି ଅଧ୍ୟକ୍ଷା ପ୍ରାର୍ଥୀନୀ ଜୁଲି ପାତ୍ର, ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ବଡବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଯୁବନେତା ନିରଞ୍ଜନ ପରିଡା, ଜିତୁ ପଣ୍ଡା, ସୂର୍ଯ୍ୟା ପ୍ରଧାନ, ମନୋଜ ପ୍ରଧାନ, ପି.ଚନ୍ଦ୍ରଶେଖର, ସୁଧିର କୁମାର ପଲାଇ, ସୀମାଞ୍ଚଳ ସାହୁ, କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Comments are closed.