ହୁମା ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଗଞ୍ଜାମ: ଓଡିଶା କୃଷକ ସଭା ଜିଲା କମିଟି ପକ୍ଷରୁ ୭ ଦଫା ଦାବୀ ନେଇ ଗୁରୁବାର ଦିନ ହୁମାସ୍ଥିତ ଋଷିକୁଲ୍ୟା ଜଳସେଚନ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପଦର୍ଶନ ସହ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ସେହି ଦାବୀ ପତ୍ର ଉପଖଣ୍ଡ ଅଧିକାରୀଙ୍କ ଜରିଆରେ ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସେହି ଦାବୀ ଗୁଡିକ ମଧ୍ୟରେ ମଞ୍ଜୁର ହୋଇଥିବା ବଡ଼ ରାମପଲୀ ଠାରୁ ପୋଇରାଶି ଓ ପାଲଙ୍ଗ ପର୍ଯ୍ୟନ୍ତ କେନାଲ ନିର୍ମାଣ, ଋଷୁକୁଲ୍ୟା ନଦୀର ବରୋଦା କଂସାରୀ ଗଣ୍ଡ ଠାରେ ହୋଇଥିବା ବ୍ୟାରେଜ ନିର୍ମାଣ ଓ ମଲାଡ଼ ତାମ୍ପରା ଜଳ ଭଣ୍ଡାର ଶୀଘ୍ର କରିବା, କ୍ଷୁଦ୍ର ଜଳ ପ୍ରକଳ୍ପ ପାଇପ ଦ୍ୱାରା ଜଳ ଯୋଗାଣ, ହିରାଧାରାବାଟି ବେଲପଡା ଦେଇ ଯାଇଥିବା ରଘୁନାଥ ପୁର ଠାରୁ ପାଣି ଯୋଗାଣ ଠିକ ଭାବେ କାର୍ଯ୍ୟକାରୀ କରିବା, ନୀଳାଦ୍ରି ପୁର ପର୍ଯ୍ୟନ୍ତ ନାଳ ଖନନ ଓ ସମ୍ପ୍ରସାରଣ, ହିରାଧାରା ବାଟି ନାଳ ସମ୍ପ୍ରସାରଣ ଆଦି ଦାବୀ ପତ୍ରରେଦର୍ଶା ଯାଇଛି।
ବିକ୍ଷୋଭ ଦାବୀ ପତ୍ର ପ୍ରଦାନ ବେଳେ ଓଡିଶା କୃଷକ ସଭା ଜିଲ୍ଲା ସଭାପତି ପି ହରେକୃଷ୍ଣ ରେଡ଼ି, ସମ୍ପାଦକ ଅଜୟ ଗୌଡ଼, ଦଳିତ ମଞ୍ଚ ନେତା ରାମଚନ୍ଦ୍ର ନାୟକ, କୃଷକ ସଭା କମିଟି ବ୍ଲକ ସଭାପତି ଧର୍ମରାଜ ସ୍ୱାଇଁ, ବ୍ଲକ ସମ୍ପାଦକ ତଥା ଖଣ୍ଡଦେଉଳୀ ପଂଚାୟତ ସରପଞ୍ଚ ବୈରାଗୀ ବେହେରା, ଉପସଭାପତି ଗଦାଧର ରେଡ଼ି, କମିଟି ସଭ୍ୟ ପଦ୍ମ ପ୍ରଧାନ, ଭିକାରି ପ୍ରଧାନ, ଟଙ୍କିଆ ପ୍ରଧାନ, ସୁଶୀଲ ପ୍ରଧାନ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।
Comments are closed.