www.samajalive.in
Monday, December 15, 2025
15.1 C
Bhubaneswar

ଚାରି ବର୍ଷ ହେଲା ହୁମା ଓଭର ବ୍ରିଜି କାମ ସରୁନି

ଗଞ୍ଜାମ: ହୁମା ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ରେ ଦୀର୍ଘ ବର୍ଷ ହେଲା ଓଭର ବ୍ରିଜ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଯାହାଫଳରେ ଗୋଟିଏ ରାସ୍ତା ରେ ଉଭୟ ପଟୁ ଯାନବାହାନ ଯାତାୟାତ କରୁଛନ୍ତି। ଫଳରେ ଅଧିକାଂଶ ସମୟରେ ଦୃଘଟଣା ଘଟୁଛି। ସ୍ଥାନୀୟ ଅଧିବାସୀ ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଅଦ୍ୟବିଧି ସେହି କାର୍ଯ୍ୟ ସମ୍ପୂର୍ଣ ହୋଇନି। ଏପରିକି ଗୋଟିଏ ରାସ୍ତାରେ ଉଭୟ ପାର୍ଶ୍ବରୁ ଯାନବାହାନ ଯିବା ଯୋଗୁଁ ବେଳେ ବେଳେ ରାସ୍ତା ଜାମ ହେଉଛି।

ଫଳରେ ବାଇକି ଓ ଅନ୍ୟ ଛୋଟ ଗାଡି ଗୁଡିକ ଯିବାରେ ଅସୁବିଧା ସୃଷ୍ଟି ହେଉଛି। ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ କାର୍ଯ୍ୟ ଯଥା ଶୀଘ୍ର ସାରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବିହେଉଛି। ସୂଚନା ଯୋଗ୍ୟ ଗତ ଚାରି ବର୍ଷ ହେଲା ହୁମା ଠାରେ ଓଭର ବ୍ରିଜ କାମ ସରିନାହିଁଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକଶ କରୁଛନ୍ତି ।

- Advertisement -

ବୀରଭଦ୍ର ଉଚ୍ଚ ବିଦ୍ୟାଳୟ,ଓ ଏମଇ ସ୍କୁଲ ଛାତ୍ରଛାତ୍ରୀମାନେ ସେହି ରାସ୍ତାରେ ସବୁ ଦିନେ ଯିବାଆସିବା କରନ୍ତି। କିନ୍ତୁ ଗୋଟିଏ ରାସ୍ତା ରେ ଉଭୟ ପଟ ରା ଗାଡି ଗୁଡିକ ଯାଉଥିବା ଯୋଗୁଁ ସ୍କୁଲ ପିଲାମାନେ ଯିବାସମୟ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପଟେ ହୁମା ପୁରୁଷୋତ୍ତମପୁର ରାସ୍ତାଟି ସେହି ଓଭର ବ୍ରିଜ ନିକଟରେ ଥିବା ଯୋଗୁଁ ସେହି ରାସ୍ତାର ଗାଡି ଗୁଡିକ ରାଜପଥ କୁ ଆସିବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଏପରିକି ଅନେକ ସମୟରେ ଦୁର୍ଘଟଣା ବି ଘଟୁଛି। ଯାହାର ଅନେକ ନଜିର ରହିଛି। ଏହି ସବୁ ଅସୁବିଧା ଦୃଷ୍ଟି ଦେଇ ଯଥା ଶୀଘ୍ର ଏହାର କାର୍ଯ୍ୟ ସାରିବାପାଇଁ ଦାବିହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories