ବ୍ରହ୍ମପୁର : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲିର ସରପଞ୍ଚଙ୍କୁ ଶୁକ୍ରବାର ରାତିରେ ଆକ୍ରମଣ ସମୟରେ ଅପରାଧି ହାତରେ ବୋମା ଫୁଟିଥିବା ଜଣାପଡ଼ଛି। ଅପରାଧି ଜଣକ ହେଲା ଚେରୁ ଗୌଡ଼। ଆହତ ଅପରାଧି ଚେରୁକୁ ପୁଲିସ ଉଦ୍ଧାର କରି ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛି। ସୂଚନାଯୋଗ୍ୟ, ବନ୍ଥପଲିର ସରପଞ୍ଚ ଉପରକୁ ଦୁର୍ଦ୍ଦାନ୍ତ ଅପରାଧି ଚେରୁ ଗୌଡ଼ ନିଜ ସହଯୋଗୀଙ୍କ ସହ ମିଶି ଆକ୍ରମଣ କରିବାକୁ ଯାଇଥିଲା। ଆକ୍ରମଣ କରିବା ପାଇଁ ଚେରୁ ଧରିଥିବା ବୋମାଟି ତା ନିଜ ହାତରେ ଫୁଟି ଯାଇଥିଲା। ବୋମାଟି ଫୁଟିବା ଫଳରେ ଚେରୁର ଡ଼ାହାଣ ହାତର ପାପୁଲିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସରପଞ୍ଚଙ୍କ ଅଭିଯୋଗ କ୍ରମେ ଦିଗପହଣ୍ଡି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆକ୍ରମଣରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ଏକ ଟମି ଗଠନ ହୋଇଥିବା ଅତିରିକ୍ତ ଏସପି ପ୍ରଭାତରାଉତରାୟ ଜଣାଇଛନ୍ତି।
ସରପଞ୍ଚଙ୍କୁ ଆକ୍ରମଣ ସମୟରେ ଅପରାଧି ହାତରେ ଫୁଟିଲା ବୋମା
Popular Categories



