ବାଲେଶ୍ୱର : ବାଲେଶ୍ୱର ଜିଲାସ୍ଥିତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗାଁରେ ରଜ ଭୋଜି ପାଇଁ ୫୦୦ ଟଙ୍କା ଚାନ୍ଦା ଆଦାୟକୁ ନେଇ ବଚସା ସୃଷ୍ଟି ହୋଇଛି। ବଚସା ସମୟରେ ଭୁଜାଲି ମାଡ଼ରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନା ହେବା କାରଣରୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି।
ଚାନ୍ଦା ଆଦାୟକୁ ନେଇ ବଚସା; ଭୁଜାଲି ମାଡ଼ରେ ଜଣେ ଗୁରୁତର
Popular Categories



