ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ଼ ପିପିଲିମାଲ କଦେଲପିଟା ନୁଆଁବନ୍ଧରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଶନିବାର ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତକ ହେଲେ ମହମ୍ମଦ ରସିଦ (୨୩)। ସୂଚନାଯୋଗ୍ୟ, ମହମ୍ମଦ ବେଲପାହାଡ଼ ଶ୍ରୀରାମନଗରରେ ଥିବା ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ସେ ନୁଆଁବନ୍ଧକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ପହଁରା ଜାଣିନଥିବାରୁ ଗୋଡ଼ ଖସି ଯାଇ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବେଲପାହାଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Popular Categories



