www.samajalive.in
Saturday, December 6, 2025
16.1 C
Bhubaneswar

ଅଟୋକୁ ଧକ୍କା ଦେଲା ଅଟୋ, ୮ ରୁ ଅଧିକ ଯାତ୍ରୀ ଗୁରୁତର

ବଣାଇ : ବଣାଇ ଉପଖଣ୍ଡର ଦେଓଗାଁ ଝୁମୁରି ବନ୍ଧ ନିକଟରେ ଶନିବାର ଛିଡ଼ା ହୋଇଥିବା ଏକ ଅଟୋକୁ ପଛରୁ ଅନ୍ୟ ଅଟୋ ଧକ୍କା ଦେବାରୁ ଉଭୟ ଅଟୋର ପ୍ରାୟ ୮ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଯାତ୍ରୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ବଣେଇ ଚିକିତ୍ସାଳୟକୁ ନେଇ ପ୍ରାର୍ଥମିକ ଚିକିତ୍ସା କରାଇଛନ୍ତି। ଏହାସହ ବଣେଇ ବସ ଷ୍ଟାଣ୍ଡସ୍ଥିତ ହନୁମାନ ମନ୍ଦିର ଟ୍ରଷ୍ଟର କିଛି ଯୁବ ପିଢୀର ସ୍ୱେଚ୍ଛାସେବୀ ତାଙ୍କର ସହାୟତା କରିଥିବା ଜଣାପଡ଼ିଛି। ଅଟୋରେ କିଛି ଶିଶୁ ମଧ୍ୟ ଥିଲେ। ସୂଚନାଯୋଗ୍ୟ, ଗୋବିନ୍ଦପୁର ଗ୍ରାମରୁ କିଛି ଯାତ୍ରୀ ଏକ ଅଟୋରେ ବଣେଇ ଅଭିମୁଖେ ଆସୁଥିବା ସମୟରେ ଝୁମୁରି ବନ୍ଧ ନିକଟରେ କିଛି ଯାତ୍ରୀ ଅଟୋରୁ ଓହ୍ଲାଉଥିଲେ। ଏହି ସମୟରେ ଭାଡ଼ିମରାରୁ ଆସୁଥିବା ଅନ୍ୟ ଏକ ଅଟୋ ଏହି ଅଟୋକୁ ପଛପଟୁ ଧକ୍କା ଦେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories