www.samajalive.in
Saturday, December 6, 2025
15.1 C
Bhubaneswar

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଜିଦ କଲେ ଏକୁଟିଆ ଲଢ଼ିବ ବିଜେପି

ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ଫଳାଫଳର ପୁନରାବୃତ୍ତି ହେବ ବୋଲି ସମ୍ଭାବନା ରହିଛି। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ମଧ୍ୟରେ ବିବାଦ ଉପୁଜିବା ଆରମ୍ଭ ହେଲାଣି। ମେଣ୍ଟ କ୍ଷମତାକୁ ଆସିଲେ ଉଭୟ ବିଜେପି ଏବଂ ଶିବସେନା ପାଳିକରି ଅଢ଼େଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ ପଦବୀରେ ରହିବେ ବୋଲି ଶିବସେନା ପ୍ରସ୍ତାବ ଦେଇଥିବାବେଳେ ବିଜେପି ତାହାକୁ ସ୍ବୀକାର କରୁନାହିଁ। ଶିବସେନା ଯଦି ଜିଦ କରେ ତେବେ ବିଜେପି ମହାରାଷ୍ଟ୍ରରେ ଏକୁଟିଆ ଲଢ଼ିବାକୁ ନିଷ୍ପତ୍ତି ନେଇପାରେ ବୋଲି ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି।

ବିଜେପି ଉପରେ ଚାପ ସୃଷ୍ଟି କରିବା ଲାଗି ଶିବସେନା ମୁଖ୍ୟମନ୍ତ୍ରୀଙ୍କ ଅଧା କାର୍ଯ୍ୟକାଳ ନେବାକୁ କହୁଥିବାବେଳେ ବିଜେପି କିନ୍ତୁ ମୋଟ ବିଧାନସଭା ଆସନରୁ ଅଧା ଆସନ ଛାଡ଼ିବାକୁ ପ୍ରସ୍ତୁତ ନାହିଁ। ରାଜ୍ୟ ବିଜେପିର ଉକ୍ତ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଅଢ଼େଇ ବର୍ଷ ପାଇଁ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦବୀ ଦେବା ଦୂରର କଥା, ଦଳ ବିଧାନସଭାର ଅଧା ଆସନ ବି ଦେବନାହିଁ। ଅନ୍ୟପଟେ ଲୋକସଭା ନିର୍ବାଚନରେ ଶିବସେନାର ଲୋକପ୍ରିୟତା ବିଜେପିଠାରୁ କମ୍‌ ରହିଥିଲା। ସେପଟେ ରାଜ୍ୟ କଂଗ୍ରେସ ନେତାମାନେ ବହୁସଂଖ୍ୟାରେ ବିଜେପିରେ ସାମିଲ ହେଉଛନ୍ତି। ତେଣୁ ବିଜେପି-ଶିବସେନା ମେଣ୍ଟ ମଧ୍ୟରେ ବିବାଦ ବଢ଼ିଲେ ଏହାର ସମାଧାନ ପାଇଁ ବିଜେପି ଶିବସେନାକୁ ଉପପ୍ରଧାନମନ୍ତ୍ରୀ ପଦବୀ ଲାଗି ପ୍ରସ୍ତାବ ଦେଇପାରେ। ଏହି ରଣନୀତି ଆଧାରରେ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଶିବସେନା ଉପରେ ଚାପ ପକାଇବାକୁ ଉଦ୍ୟମ କରିପାରନ୍ତି ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories