ଗାନ୍ଧୀନଗର: ଗୁଜରାଟର ବରୋଦା ଅଞ୍ଚଳରେ ଶନିବାର ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପାଇଖାନା ଟାଙ୍କି ସଫେଇ ବେଳେ ଶ୍ଵାସରୁଦ୍ଧ ହୋଇ ୭ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ଶନିବାର ସକାଳେ ବରୋଦାର ପାର୍ତ୍ତିକୁଇଁ ଗାଁରେ ଥିବା ଏକ ହୋଟେଲର ପାଇଖାନା ଟାଙ୍କି ସଫା ହେଉଥିଲା। କର୍ମଚାରୀମାନେ ଟାଙ୍କି ସଫା କରୁଥିବାବେଳେ ଶ୍ଵାସରୁଦ୍ଧ ହୋଇପଡ଼ିଥିଲେ। ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ ପ୍ରଭାବରେ ଆସି କିମ୍ବା ଅମ୍ଳଜାନ ଅଭାବରୁ ସେମାନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ହେଁ କାହାର ଜୀବନ ରକ୍ଷା କରାଯାଇ ପାରିନାହିଁ। ମୃତକଙ୍କ ମଧ୍ୟରେ ୪ ଜଣ ସଫେଇ କର୍ମଚାରୀ ରହିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



