www.samajalive.in
Tuesday, December 9, 2025
19.1 C
Bhubaneswar

ପୁଣି ଗୁଜରାଟ ଫେରୁଛି ବାତ୍ୟା ‘ବାୟୁ’, ମଝି ସମୁଦ୍ରରେ ରାସ୍ତା ବଦଳାଇଲା

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବାୟୁ’ ସମୁଦ୍ର ମଝିରେ ପୁଣି ରାସ୍ତା ବଦଳାଇଛି। ଗତ ଗୁରୁବାର ବାତ୍ୟା ଗୁଜରାଟରେ ସ୍ଥଳଭାଗ ନ ଛୁଇଁ ପଶ୍ଚିମ ଦିଗକୁ ମୋଡ଼ ବଦଳାଇ ପାକିସ୍ତାନ ଏବଂ ଓମାନ ଅଭିମୁଖେ ଯାଇଥିଲା। କିନ୍ତୁ ସମୁଦ୍ରରେ ଏହା ପୁଣି ଦକ୍ଷିଣ ମୋଡ଼ ନେଇଛି। ୧୬ ତାରିଖ ସୁଦ୍ଧା ‘ବାୟୁ’ ପୂର୍ବ ଦିଗକୁ ରାସ୍ତା ବଦଳାଇବା ସମ୍ଭାବନା ରହିଛି। ପୂର୍ବ ମୁହାଁ ହେବା ପରେ ଏହା ପୁଣି ଥରେ ଗୁଜରାଟ ଅଭିମୁଖେ ଆସିବ ବୋଲି କେନ୍ଦ୍ରୀୟ ଭୂବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଜାରି କରାଯାଇଛି। ମନ୍ତ୍ରଣାଳୟର ସଚିବ ଏମ. ରାଜୀବନ କହିଛନ୍ତି, ଆସନ୍ତା ୧୭ କିମ୍ବା ୧୮ ତାରିଖ ସୁଦ୍ଧା ବାତ୍ୟା ଗୁଜରାଟର କଚ୍ଛ ଜିଲାରେ ଲ୍ୟାଣ୍ଡଫଲ କରିପାରେ। କିନ୍ତୁ ବାତ୍ୟାର ପ୍ରଭାବ କମ୍‌ ରହିବାର ସମ୍ଭାବନା ରହିଛି। ଏହା ଦ୍ବାରା ବିଶେଷ କ୍ଷତି ହେବ ନାହିଁ।

ବାତ୍ୟା ଗୁରୁବାର ସକାଳେ ଗୁଜରାଟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ହଠାତ୍‌ ବୁଧବାର ରାତିରେ ତାରା ବେରାବଲଠାରୁ ୧୫୦ ଦୂରରେ ସମୁଦ୍ର ଭିତରେ ଗତପଥ ପରିବର୍ତ୍ତନ କରି ପାକିସ୍ତାନ ଏବଂ ଓମାନ ଆଡକୁ ମୁହାଁଇଥିଲା। ବାତ୍ୟା ମୁକାବିଲା ପାଇଁ ଗୁଜରାଟ ସରକାର ବ୍ୟାପକ ପ୍ରସ୍ତୁତି କରିବା ସହ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ବାତ୍ୟା ଦିଗ ବଦଳାଇବା ପରେ ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ବାତ୍ୟା ବିପଦ ଟଳିଯାଇଥିବା ଘୋଷଣା କରିଥିଲେ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories