www.samajalive.in
Wednesday, December 10, 2025
16.1 C
Bhubaneswar

ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ ଦୁର୍ଗାଦେବୀ ସାହି ସ୍ଥିତ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟଠାରେ ଏକ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ଗଞ୍ଜାମ ଓ ଗ୍ରାସୀମ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ମିଳିତ ଆନୁକୂଲ୍ୟ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ୧୧୦ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିଲା। ସେଥି ମଧ୍ୟରୁ ୪୨ ଜଣ ପରଳ ଚି଼ହ୍ନଟ ବ୍ୟକ୍ତିମାନଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ମାଗାଣା ପରଳ ଚିକିତ୍ସା ନିମନ୍ତେ ପଠାଯାଇଥିଲା। ୨୫ ଜଣ ରୋଗୀଙ୍କୁ ଚଷମା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାସୀମ କମ୍ପାନୀ ୟୁନିଟ ହେଡ଼ ଦିଗବିଜୟ ପାଣ୍ଡେ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ। ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ, ଶଙ୍କର ଚକ୍ଷୁ ଚିକିତ୍ସା ଶିବିର ଲିଗାଲ ଆଡ଼ଭାଇଜର ବି. ଶ୍ରୀନିବାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସହ ପରିଷଦର ସଦସ୍ୟମାନେ ଉପସ୍ଥିତ ରହି ଶିବିର ସୁପରିଚାଳନାରେ ସହଯୋଗ କରିଥିଲେ। କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ, ଚି଼ଫ ଅପଟୋମେଟ୍ରିଷ୍ଟ ଏନ. ଭାଗ୍ୟଲକ୍ଷ୍ମୀ, ସୁକେଶ ପାଣିଗ୍ରାହୀ, ପ୍ରମିତା ରାଣୀ ଗୌଡ଼, ଲକ୍ଷ୍ମୀପ୍ରିୟା ଦାଶ, ପ୍ରିୟଙ୍କା, ଗୌଡ଼, ପାୟଲ ଗୌଡ଼, ଏନ. ମୁନା ପ୍ରମୁଖ ଚକ୍ଷୁ ଟେକ୍ନିସିଆନ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷଣ କରିଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories