www.samajalive.in
Wednesday, December 10, 2025
16.1 C
Bhubaneswar

ହିମାଚଳ ପ୍ରଦେଶରେ ବନ୍ୟା ଓ ଭୂସ୍ଖଳନ; ୨୨ ମୃତ, ୧୦ରୁ ଊର୍ଦ୍ଧ୍ଵ ଆହତ  

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ଅନେକ ଧନଜୀବନ କ୍ଷୟକ୍ଷତି ହୋଇଛି । ବନ୍ୟା ଓ ଭୂସ୍ଖଳନରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିଛି ଲୋକ ନିଖୋଜ ମଧ୍ୟ ରହିଥିବା ସୂଚନା ମିଳିଛି । ବିଶେଷ କରି ହିମାଚଳ ପ୍ରଦେଶର ମଣ୍ଡି, କାଙ୍ଗରା ଓ ଜମ୍ବା ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଏହି ଜିଲ୍ଲା ଗୁଡ଼କରେ ଅନେକ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ଧନଜୀବନ ବେଶ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ପୋଲ ଭାଙ୍ଗି ପଡ଼ିଛି ।

ରାସ୍ତରେ ବହୁ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଥିବା ବେଳେ ଯାତାୟାତ ଠପ୍‌ ହୋଇଯାଇଛି ।  କେବଳ ମଣ୍ଡି ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି, ଏବଂ ୬ଜଣ ନିଖୋଜ ରହିଛନ୍ତି । ଘଟଣାସ୍ଥଳରେ ଏବେ ବି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯିବା ନେଇ ପ୍ରୟାସ କରାଯାଉଛି । ସମସ୍ତ ସ୍ଥାନରେ ଏନଡିଆରଏଫର କର୍ମଚାରୀ ମାନେ ଉଦ୍ଧାର କର୍ଯ୍ୟରେ ଲାଗିଛନ୍ତି । କିଛି ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

- Advertisement -

ସେପଟେ ବନ୍ୟା ଓ ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶରେ ଟ୍ରେନ ଚଳାଚଳରେ ବ୍ୟାହାତ ଘଟିଛି । କିଛି ଟ୍ରେନକୁ ରେଳବିଭାଗ ପକ୍ଷରୁ ବାତିଲ କରିଦିଆଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌ ସଂଯୋଗ ଓ ରାସ୍ତା ସଫା କାର୍ଯ୍ୟ କରାଯାଉଛି ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories