ରାଜ୍ୟରେ ଜଙ୍ଗଲ ଉପକଣ୍ଠ ଅଧିବାସୀଙ୍କ ପାଇଁ ଏକ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଭାବେ ଓଡିଶା ବନାଞ୍ଚଳ ଉନ୍ନୟନପ୍ରକଳ୍ପ -ଦ୍ୱିତୀୟପର୍ଯ୍ୟାୟରେ ବହୁବିଧ ଉତ୍ପାଦ ପୁଞ୍ଜ ପ୍ରତିଷ୍ଠା ଏବଂ ସଞ୍ଚାଳନ ଯୋଜନା ଆରମ୍ଭ

ଭୁବନେଶ୍ଵର: ଓଡିଶାବନାଞ୍ଚଳଉନ୍ନୟନସମିତିର ଏକ ଏକ ଦିବସୀୟ କର୍ମଶାଳା “ସମୀକ୍ଷ।: ବହୁବିଧ ଉତ୍ପାଦ ପୁଞ୍ଜ କାର୍ଯ୍ୟକ୍ରମ ମାଧ୍ୟମରେ ରୂପାନ୍ତରଣ ପ୍ରାପ୍ତି” ଶୀର୍ଷକ କାର୍ଯ୍ୟକ୍ରମ ୧୭ ଅଗଷ୍ଟ ୨୦୨୨ ରେ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଛି। କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜି ଏବଂ ଟେକନୋଲୋଜି ବିଜିନେସ୍ ଇନକ୍ୟୁବେଟର (KIIT–TBI) ଭୁବନେଶ୍ଵର, ଭୁବନେଶ୍ଵର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (BCKIC) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଣ୍ଟରପ୍ରିନିୟରସିପ (IIE) ଗୌହାଟିଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଓଡିଶା ସରକାରଙ୍କଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଭା.ପ୍ର.ସେ. ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳାକୁ ଉଦଘାଟନ କରିଛନ୍ତି । ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁଖ୍ୟ ଶ୍ରୀଯୁକ୍ତ ଦେବୀଦତ୍ତ ବିଶ୍ଵାଳ, ଭା.ବ.ସେ. ଏହି କାର୍ଯ୍ୟକ୍ରମରେ ସମାନ୍ନିତ ଅତିଥି ଭାବେ ଯୋଗଦାନ କରିଛନ୍ତି ।
କର୍ମଶାଳାର ଉଦଘାଟନ ଅଧିବେଶନରେ ଅନ୍ୟ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ) ଏବଂ ପ୍ରକଳ୍ପ ନିର୍ଦ୍ଦେଶିକା,ଓଡିଶାବନାଞ୍ଚଳଉନ୍ନୟନସମିତି, ଡ. ମୀତା ବିଶ୍ଵାଳ ଭା.ବ.ସେ. ଏବଂ KIIT-TBI ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆର ଯୋଗଦାନ କରିଛନ୍ତି ।


ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ସଚିବ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତାଙ୍କ ପ୍ରାରମ୍ଭିକ ଭାଷଣରେ ଜଙ୍ଗଲ ଉପକଣ୍ଠ ଅଧିବାସୀଙ୍କ ସାମାଜିକ ତଥା ଅର୍ଥନୈତିକ ଅବସ୍ଥାର ଉନ୍ନତି ପାଇଁ ଗୋଷ୍ଠୀ ସହଭାଗିତାରେ ନିରନ୍ତର ଜଙ୍ଗଲ ପରିଚାଳନା ସହିତ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମର ଏକାନ୍ତ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ବନଖଣ୍ଡ ସ୍ତରରେ ବହୁବିଧ ଉତ୍ପାଦ ପୁଞ୍ଜ ପ୍ରତିଷ୍ଠା କରି ଜଙ୍ଗଲ ଉପରେ ନିର୍ଭରଶୀଳ ଗୋଷ୍ଠୀଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ଓଡିଶାବନାଞ୍ଚଳଉନ୍ନୟନ ପ୍ରକଳ୍ପରେ ନିଆଯାଇଥିବା ପଦକ୍ଷେପକୁ ସେ ସ୍ଵାଗତ କରିଥିଲେ । ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ପ୍ରାସଙ୍ଗିକ ସମସ୍ୟା ସମାଧାନ କ୍ଷେତ୍ରରେ ବହୁବିଧ ଉତ୍ପାଦ ପୁଞ୍ଜ ପ୍ରତିଷ୍ଠା ଭଳି ଅଭିନବ ପଦକ୍ଷେପ ଗୁରୁତ୍ଵପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ । ଓଡିଶା ସରକାରଙ୍କ ଦ୍ଵାରାକାର୍ଯ୍ୟକାରୀ ହେଉଥିବା ଓଡିଶାବନାଞ୍ଚଳଉନ୍ନୟନ ପ୍ରକଳ୍ପ – ୨ୟ ପର୍ଯ୍ୟାୟର କାର୍ଯ୍ୟକ୍ରମକୁ ପ୍ରଶଂସା କରିବାସହ ଏହା ଜାଇକାର ଏକ ଉଚ୍ଚ କୋଟୀର ଜ୍ଞାନ କୌଶଳ ସମ୍ପନ୍ନ ପ୍ରକଳ୍ପ ବୋଲି କହିଥିଲେ ।
ଅଧିକନ୍ତୁ, ଦାରିଦ୍ର୍ୟ ସୀମାରେଖା ତଳେ ଏବଂ ଜଙ୍ଗଲ ଉପକଣ୍ଠରେ ବସବାସ କରୁଥିବା ଲୋକଙ୍କ ପାଇଁ ଜୀବିକା ଉନ୍ନୟନ ସହାୟତା ମାଧ୍ୟମରେ ଲିଙ୍ଗଗତ ବିଷମତା ଦୂରୀକରଣ ନିମିତ୍ତ ପ୍ରକଳ୍ପର ଏକୀକୃତ ପ୍ରଚେଷ୍ଟାକୁ ସେ ସ୍ଵାଗତ କରିଥିଲେ ।
କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦେବୀଦତ୍ତ ବିଶ୍ଵାଳ,ଭା.ବ.ସେ., ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡିଶା ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସମସ୍ତ ଜାପାନ ଅନ୍ତର୍ଜାତିକ ସହାୟତା ସଂସ୍ଥା ସାହାଯ୍ୟପ୍ରାପ୍ତ ପ୍ରକଳ୍ପ ମାନଙ୍କ ମାଧ୍ୟରେ ଓଡିଶାବନାଞ୍ଚଳଉନ୍ନୟନ ପ୍ରକଳ୍ପ – ଦ୍ଵିତୀୟ ପର୍ଯ୍ୟାୟଏକ ଅଗ୍ରଣୀ ପ୍ରକଳ୍ପ, ଯେଉଁଥିରେ ନିରନ୍ତର ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମ ସହିତ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଏକୀକୃତ ହୋଇଛି । ବହୁବିଧ ଉତ୍ପାଦପୁଞ୍ଜ ପ୍ରତିଷ୍ଠା କ୍ଷେତ୍ରରେ ପ୍ରକଳ୍ପର ପଦକ୍ଷେପକୁ ସେ ପ୍ରଶଂସା କରିବା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥାରେ ଏହା ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ଉତ୍କୃଷ୍ଟ ଧରଣର ପ୍ରକୃତିକ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଏହା ଗୋଷ୍ଠୀ ଏବଂ ଅନ୍ୟ ଅଂଶୀଦାରଙ୍କ ପାଇଁ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଅଧିକନ୍ତୁ, ଏହି କାର୍ଯ୍ୟକ୍ରମରେ ପ୍ରସ୍ତାବିତ ଗୋଷ୍ଠୀ ଦକ୍ଷତା ବୃଦ୍ଧି ଏବଂ ପ୍ରମାଣପତ୍ର ବ୍ୟବସ୍ଥା ଗୋଷ୍ଠୀ ଭିତ୍ତିକ ବ୍ୟବସାୟ ତଥା ବାଣିଜ୍ୟର ବିକାଶ ପ୍ରକ୍ରିୟାକୁ ଭବିଷ୍ୟତରେ ତ୍ୱରାନ୍ୱିତ କରିବ ବୋଲି ସେ ମତ ପ୍ରକାଶ କରିଥିଲେ ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ) ଏବଂ ପ୍ରକଳ୍ପ ନିର୍ଦ୍ଦେଶିକା,ଓଡିଶାବନାଞ୍ଚଳଉନ୍ନୟନସମିତି,ତାଙ୍କର ସ୍ଵାଗତ ଭାଷଣରେ ୧୨ ଗୋଟି ବନଖଣ୍ଡର ପ୍ରକଳ୍ପ ଅନ୍ତର୍ଭୁକ୍ତ, ୧୨୧୧ ଗୋଟି ବନ ସୁରକ୍ଷା ସମିତିରେ ଦକ୍ଷତା ଏବଂ କୁଶଳତା ଗଠନ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀ ସଞ୍ଚାର ଏବଂ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନ ସୁଦୃଢୀକରଣ ନିମିତ୍ତ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିଥିଲେ । ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି ସହିତ ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତି ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ବୋଲି ସେ ବକ୍ତବ୍ୟ ରଖିଥିଲେ । ପରିବାରର ସ୍ଵଚ୍ଛଳତା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଇଞ୍ଜିନ ହିସାବରେ ପ୍ରକଳ୍ପ କାର୍ଯ୍ୟକ୍ରମରେ ବିବେଚନା କରାଯାଏ । ବାମରା ବନ୍ୟପ୍ରାଣୀ ବନଖଣ୍ଡର ବଡରମା ଅଭୟାରଣ୍ୟରେ ୧୦ ଗୋଟି ପରିବେଶ ଉନ୍ନୟନ କମିଟିର ପ୍ରତ୍ୟକ୍ଷ ସମ୍ପୃକ୍ତିରେ ଅନ୍ତେବାସୀଙ୍କର ନିରନ୍ତର ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ଦିଆଯିବା ସହିତ ଏକ ଭୂଭାଗ ଆଧାରିତ ଜୈବ ବିବିଧତା ସଂରକ୍ଷଣ ଓ ପରିଚାଳନା କାର୍ଯ୍ୟକ୍ରମ “ସାତୋୟାମା” ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ ହେଉଥିବାର ସେ ପ୍ରକାଶ କରିଥିଲେ ।
ଏତଦବ୍ୟତୀତ ଜୈବ ବିବିଧତା ସଂରକ୍ଷଣ ପ୍ରୟୋଗ କ୍ଷେତ୍ରରେ ରାଜନଗର ଲୁଣା ଜଙ୍ଗଲ ବନ୍ୟପ୍ରାଣୀ ବନଖଣ୍ଡର ଭିତରକନିକା ସଂରକ୍ଷଣ ଅଞ୍ଚଳରେ ଡିସେମ୍ବର, ୨୦୧୭ ମସିହାରୁ ପରିସଂସ୍ଥା ଭିତ୍ତିକ ସଂରକ୍ଷଣ ପରିଚାଳନା କାର୍ଯ୍ୟକ୍ରମ ପ୍ରକଳ୍ପ ଦ୍ଵାରା କାର୍ଯ୍ୟକାରୀ ହେଉଥିବାର ସେ ଅବଗତ କରିଥିଲେ । ନିରନ୍ତର ଉପକୂଳ ପରିଚାଳନା ଜାତୀୟ କେନ୍ଦ୍ର (NCSCM)ଚେନ୍ନାଇ ଦ୍ଵାରା ପ୍ରସ୍ତୁତ ଭିତରକନିକା ସଂରକ୍ଷଣ ଅଞ୍ଚଳ ସ୍ୱାସ୍ଥ୍ୟ ରିପୋର୍ଟ କାର୍ଡ – ଦ୍ଵିତୀୟ ପର୍ଯ୍ୟାୟଏହି କର୍ମଶାଳାରେ ଉନ୍ମୋଚିତ ହୋଇଥିଲା ।

ଆନନ୍ଦର ବିଷୟଯେ ପ୍ରକଳ୍ପ ଅନ୍ତର୍ଭୁକ୍ତ ଗ୍ରାମଗୁଡିକୁ ଅଦ୍ୟାବଧି ୩୬ ଗୋଟି ସରକାରୀ ବିଭାଗର ଉନ୍ନୟନ ମୂଳକ ଯୋଜନାରେ ସାମିଲ କରାଯାଇ ଆନ୍ତଃ ବିଭାଗୀୟ ସଂଯୋଗୀକରଣ ମାଧ୍ୟମରେ ୨୭୦.୭୫ କୋଟି ଟଙ୍କା ବିନିଯୋଗ କରାଯିବା ସହିତ ୧୨.୦୬ ଲକ୍ଷ ହିତାଧିକାରୀଙ୍କୁ ଉପକୃତ କରାଯାଇ ପାରିଛି ।
କାର୍ଯ୍ୟକ୍ରମ ରୂପାୟନର ସହଭାଗୀଭାବେ କର୍ମଶାଳାରେ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସଂଯୁକ୍ତା ବଢାଇ,ଷ୍ଟାର୍ଟଅପ ଓଡିଶା ପ୍ରତିନିଧି, ସଞ୍ଜିବ କାରପେ,Native CONBAC Bamboo Product Pvt. Ltd.,ଡ. ବିବେକ କୁମାର,National Innovation Foundation,କମଳାକାନ୍ତ ପଟ୍ଟନାୟକ,ଉପ ମହା ପ୍ରବନ୍ଧକନାବାର୍ଡ ଏବଂ ଡ. ନେଦୁନ,CTCRI, ଭୁବନେଶ୍ଵର ପ୍ରମୁଖ ଯୋଗଦାନ କରିଥିଲେ ।
ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ସାମାଜିକ ଉଦ୍ୟୋଗୀଙ୍କ ପ୍ରତିନିଧି ହିସାବରେ ଆୟାନ ଦତ୍ତ,Industree Foundation,Bangalore; ଦୀପକ ମିଶ୍ର,Dabur-Baitarani Initiatives, ଭୁବନେଶ୍ଵର; ଡ. ଦୀପକ ସାହୁ, କନକ ଜୈବ ବିଜ୍ଞାନ ଓ ଅନୁସନ୍ଧାନ, ରମେଶ ଚନ୍ଦ୍ର ବିଶ୍ଵାଳ,Villa Mart, ଡ. ମୁୟିଦ ଅହମଦ,S. Biotherm Flavours and Fragrances LLP,ସାଗର ଚନାନା,Rasaa Creations&Innovatives Pvt. Ltd. ଡ. ଜୟନ୍ତ ନାରାୟଣ ଜାକାଟେ, ସଂସ୍କୃତ ସମ୍ବର୍ଦ୍ଧନା ମଣ୍ଡଳ ଏବଂ ଶ୍ରୀମତୀ ଶ୍ୟାମା ଝା,Millet Magic Foundation ଅଂଶ ଗ୍ରହଣ କରିଥିଲେ ।
କାର୍ଯ୍ୟ ସମ୍ପାଦନର ସାମର୍ଥ୍ୟ ଏବଂ ପରିସର ସମ୍ବନ୍ଧରେ ପ୍ରତ୍ୟେକ ଅଂଶଗ୍ରହଣ କାରୀଙ୍କ ଅବଦାନ ବିଷୟରେ କର୍ମଶାଳାରେ ବିଶଦଭାବେ ଆଲୋଚନା ହୋଇଥିଲା ।
କର୍ମଶାଳାରେ ସମସ୍ତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ପ୍ରକଳ୍ପ ବନଖଣ୍ଡ ଗୁଡିକର ବନଖଣ୍ଡ ଅଧିକାରୀ ତଥା ଖଣ୍ଡୀୟ ପରିଚାଳନା ଏକକ ମୁଖ୍ୟ ଏବଂ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ – ଦ୍ଵିତୀୟ ପର୍ଯ୍ୟାୟରେନିୟୋଜିତ ସହଭାଗୀ ଅଣ ସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।

Comments are closed.