www.samajalive.in
Sunday, December 7, 2025
14.1 C
Bhubaneswar

ଆବୃତ୍ତି ଓ ଲିଖନ, ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଆୟୋଜିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବରପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବୃତ୍ତି ଲିଖନ ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମନ୍ତ ବେହେରା , ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ବେହେରା ମୁଖ୍ୟ ଅତିଥି, ତୁଳସୀରାମ ବରାଳ , ଶିକ୍ଷକ କବି ମୁଖ୍ୟ ବକ୍ତା ଓ ଗଞ୍ଜାମ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ବେହେରା, ସିଆରସିସି ପ୍ରକାଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପଠନରେ ଶୁଭମ ବେହେରା, ଅଲିଶା ବେହେରା, ଅମିଶା ଗୌଡ଼ ଲିଖନରେ ଶୁଭଶ୍ରୀ ବେହେରା,ପ୍ରତୀକ ବିଶ୍ୱାଳ, ଦୀପାଳି ଗୌଡ଼ ଆବୃତ୍ତିରେ ଅନୁଷ୍କା ବେହେରା, ଖୁସି ଗୌଡ଼, ସୁମନ ବେହେରା, ଅମ୍ବିକା ପ୍ରଧାନ ଆଦି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ଦକ୍ଷତାର ପରିଚୟ ଦେଇଥିଲେ ।
ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ୟ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଶ୍ରୀ ଗୌରାଙ୍ଗ ବେହେରା ଓ ସହଯୋଗୀ ଶିକ୍ଷକ ସୋନାଲି ବେହେରା, ସାବିତ୍ରୀ ବେହେରା, ସତ୍ୟ ନାରାୟଣ ବେହେରା, ଶେଷଦେବ ବିଶ୍ୱାଳ, ଅଶୋକ ବେହେରା କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପିଲାମାନଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରାଯିବା ସହ ତୁଳସୀରାମ ବରାଳଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନୀତ କରାଯାଇଥିଲା।ଏହି କାର୍ୟ୍ୟକ୍ରମରେ କ୍ଲଷ୍ଟରର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଗ୍ରାମବାସୀମାନେ ଯୋଗ ଦେଇ କାର୍ୟ୍ୟକ୍ରମର ବହୁମୁଖୀ ଉଦ୍ଦେଶ୍ୟ ବୁଝିବା ସହିତ ଉପଭୋଗ କରିଥିଲେ । ଶେଷରେ ସାଧନ କେନ୍ଦ୍ର ସଂଯୋଜକ ପ୍ରକାଶ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories