ଗଞ୍ଜାମରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଗଞ୍ଜାମ: ଗଞ୍ଜାମ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମ ପରିସରରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗଞ୍ଜାମ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗୁରୁବାର  ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ସୌଜନ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଶିବିରରେ ସହାୟତା, ଚିହ୍ନଟିକରଣ ଏବଂ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ବିଡିଓ ବିଶ୍ୱଜିତ ରଏଙ୍କ ତତ୍ଵାବଧାନରେ ୨୩ଟି ହ୍ବିଲ୍‌ ଚେୟାର ଓ ୫୮ ଟ୍ରାଇ ସାଇକାଲ ଭିନ୍ନକ୍ଷମମାନଙ୍କୁ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ
ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ଉପାଧ୍ୟକ୍ଷ ଭାଗିରଥି ରେଡି, ସରପଞ୍ଚ ରବୀନ୍ଦ୍ରନାଥ ବେହେରା, ସମିତିସଭ୍ୟା ଗୀତାଞ୍ଜଳି ବେହେରା, କାଉନସିଲର ପି. ମୋହନ ରାଓ, ଡିଜିଏମ୍ ରବିନ୍ଦ୍ର କୁମାର ମହାନ୍ତି, ପୂର୍ବତନ କାଉନସିଲର ଡିକେ ରାଓ ପ୍ରମୁଖଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ। ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ସିଡିପିଓ ସଲୀଳା ପ୍ରଧାନ, ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, ଏବିଡିଓ ଭବାନୀ ଶଙ୍କର ପ୍ରଧାନ, ଜିପିଓ କୃଷ୍ଣଚନ୍ଦ୍ର ରଥ, କାମଧେନୁ ସମ୍ପାଦକ ଟୁନା ମହାରଣା, ଶିକ୍ଷକ ନିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହ ଅଙ୍ଗନୱାଡି କର୍ମି, ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକ କର୍ମଚାରୀ, ଗଞ୍ଜାମ ମହାବିଦ୍ୟାଳୟର ଏନସିସି ଟିମ୍ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.