www.samajalive.in
Monday, December 15, 2025
15.1 C
Bhubaneswar

ବାଲ୍ୟବିବାହ ଓ ଯୌତୁକ ପ୍ରଥା ଉଚ୍ଛେଦକୁ ନେଇ ସଚେତନତା ସଭା ଅନୁଷ୍ଠିତ

ଗଞ୍ଜାମ:  ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବିଞ୍ଚଣାପଲ୍ଲୀ ଓ କୁଣ୍ଡାପୁଟ  ଗ୍ରାମ ନିକଟରେ ଗଞ୍ଜାମ ତାଲୁକା ରେଡି ମହାଜନ ସଙ୍ଘମର ସଭା ଏବଂ ସଚେତନତା ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ଭାବେ ଆସ୍କାଜୋନ ସଭାପତି ଆର.ଭାଗିରଥି ରେଡି ଯୋଗଦେଇ ଆନୁଷ୍ଠାନିକ ଭାବେ ତାହାକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଯୌତୁକ ପ୍ରଥା ବିଲୋପ, ବାଲ୍ୟବିବାହ ପ୍ରଥା ଉଚ୍ଛେଦ ଓ କୁଳରେ କନ୍ୟା ମାନଙ୍କ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାକୁ କିଭଳି କାର୍ଯ୍ୟକାରୀ କରିବା ସେଥିପାଇଁ ସମସ୍ତେ ସଚେତନ ହେବାପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ, ପୁରୀ ଓ ଶ୍ରୀକାକୁଲମ ଜିଲା ସଭାପତି ସି.ଏଚ ଡିଲେଶ୍ୱର ରେଡି, ସମ୍ପାଦକ ଆର.ଶ୍ରୀନିବାସ ରେଡି, ଜିଲ୍ଲା ଉପସଭାପତି ଆରମ୍ଭ ରେଡି,ଛତ୍ରପୁର ଜୋନ ସଭାପତି ଏସ.ବୈରାଗୀ ରେଡି,ସମ୍ପାଦକ ଡମ୍ବରୁ ରେଡି, ଆସ୍କା ଜୋନ ସମ୍ପାଦକ ଗୁରୁମୁର୍ତ୍ତୀ ରେଡି, ଖଲ୍ଲିକୋଟ ତାଲୁକା (କ) ସଭାପତି ସୀମାଞ୍ଚଳ ରେଡି, ଖଲ୍ଲିକୋଟ ତାଲୁକା (ଖ)ସଭାପତି ବିଜୟ ପ୍ରଧାନ, ଆସ୍କା ଜୋନ ସଭାପତି ସାରଙ୍ଗ ରେଡି, ପୂର୍ବଖଣ୍ଡ ସଭାପତି ଓ ଆଠଗଡ଼ ସଭାପତି, ଜିଲ୍ଲା ଉପସଭାପତି କେ.ଦୁର୍ଯ୍ୟୋଧନ ରେଡି, ଏସ.କ୍ରୀଷ୍ନା ରେଡି, ଜି.ସାତେୟା ରେଡି, ଏ.ସଂଜୀବ ରେଡି ପ୍ରମୁଖଙ୍କ ସହ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର  ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଉକ୍ତ ସମାରୋହରେ ୨ ହଜାରରୁ ଉର୍ଦ୍ଧ୍ଵ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଏହି ଅବସରରେ କଳସ ଯାତ୍ରା, ଘୃତ ଯଜ୍ଞ, ନାମଯଜ୍ଞର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories