www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର କଣ୍ଟିଆ ଗଡ଼ ଗ୍ରାମରେ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ମଙ୍ଗଳବାର ଦିନ ଏକ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ଏଥିପାଇଁ ଭୋରୁ ପୁଣ୍ୟ ତୋୟା ଋଷିକୁଲ୍ୟା ନଦୀ ଦାମଦରପୁର ନିକଟରେ ମହିଳା, ପୁରୁଷ ମାନେ ଏକତ୍ରିତ ହୋଇଥିଲେ । ସେଠାରେ ପୂଜା,  ଅର୍ଚ୍ଚନା  କରାଯାଇଥିଲା। ପରେ ମହିଳା ଓ ପୁରୁଷ ମାନେ କଳସ ଧରି ଶୋଭାଯାତ୍ରାରେ ବାହାରିଥିଲେ । ବାଦ୍ୟ, ବାଜଣା ବଜେଇ ସମସ୍ତେ ଗଞ୍ଜାମ ସାନବଜାର, ବଡ଼ବଜାର, ହୁମା, ଖଟୁଆ କୁଦା ଗ୍ରାମରେ ପରିକ୍ରମା କରି ଶେଷରେ କଣ୍ଟିଆ ଗଡ଼ ରେ ପହଂଚି ଥିଲେ । ଏହି କଳସ ଯାତ୍ରାରେ କଣ୍ଟିଆ ଗଡ଼ ସମେତ ନୀଳାଦ୍ରି ପୁର, ମୟୁର ପଦା, ଗୋଖର କୁଦା, ପୋଡ଼ମା ପେଟା, ହୁମା, ପ୍ରଭୃତି ଗ୍ରାମର ଲୋକମାନେ ଯୋଗଦେଇଥିଲେ। ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ୨୪ ପ୍ରହର ନାମଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଅନୁଷ୍ଠିତ ହେବାସହ ଏଥିରେ ପଣ୍ଡିତ ନରସିଂହ ଶତପଥୀ, ପଣ୍ଡିତ ଅଶୋକ ଶତପଥୀ, ସୁଦର୍ଶନ ତ୍ରିପାଠୀ ପ୍ରମୁଖଙ୍କ ତତ୍ତ୍ୱବଧାନରେ ହେବ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ବିଶିଷ୍ଟ ପ୍ରବଚକ ଜିତୁ ଦାସ, କଣ୍ଠଶିଳ୍ପୀ ବନ୍ଦିତା ନାୟକ, ଏବଂ ଦୃଷ୍ଟି ହୀନ ଭଜନ ସମାରୋହ ଇତ୍ୟାଦି ଅନୁଷ୍ଠିତ ହେବାନେଇ ଆୟୋଜକଙ୍କ ଠାରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଂଚଳ ବର୍ତମାନ ଉତ୍ସବ ମୁଖର ହୋଇଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories