www.samajalive.in
Monday, December 15, 2025
17.1 C
Bhubaneswar

ବଡ଼ଗୁମୁଳାରେ ବୋମାମାଡ଼ ; ଜଣେ ମୃତ

ଗୋପାଳପୁର : ଗୋପାଳପୁର ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଶତ୍ରୁତାରୁ ବୋମାମାଡରେ ଜଣକୁ ଉଡାଇ ଦିଆଯାଇଥିବା କୁହାଯାଉଥିଲେ ହେଁ ରାଜନୈତିକ ଶତ୍ରୁତାରୁ ହତ୍ୟା ସଂଘଟିତ ହୋଇଥିବା ଆଲୋଚନା ହେଉଛି। ଆଜି ରାତି ସାଢେ ୮ଟା ବେଳେ ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଗ୍ରାମରେ ଏହି ଘଟଣା ଘଟିଛି। ଫଳରେ ଗ୍ରାମ ପୁଣି ଅଶାନ୍ତ ହୋଇପଡ଼ିଛି। ଆଜି ଗ୍ରାମର ଦଳୁଆ ସାହିରେ ହୋଇଥିବା ବୋମା ମାଡରେ ଜଣଙ୍କର ଜୀବନ ଚାଲି ଯାଇଛି। ମିଳିଥିବା ସୂଚନାନୁସାରେ ଗ୍ରାମର ସୁଶାନ୍ତ ସାହୁ(୪୦) ଆଜି ରାତି ସାଢେ ୮ଟା ବେଳେ ନିଜ ଘର ସମ୍ମୁଖରେ ବସିଥିଲେ। ଏହି ସମୟରେ ହଠାତ କିଛି ବ୍ୟକ୍ତି ବାଇକରେ ସେଠାରେ ପହଞ୍ଚି ତାଙ୍କ ଉପରକୁ ଲକ୍ଷ୍ୟ କରି ବୋମା ମାଡ କରି ଫେରାର ହୋଇ ଯାଇଥିଲେ। ସୁଶାନ୍ତଙ୍କ ଶରୀରେ ବୋମା ବାଜି ତାହା ଫୁଟିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିବା କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା
ଜଣାପଡ଼ିନଥିଲେ ମଧ୍ୟ ବୋମା ମାଡ ପଛରେ ପୂର୍ବ ଶତ୍ରୁତା ରହିଥିବା ଅନୁମାନ କରାଯାଉଛି। ଖବର ପାଇ ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶଥାଉକି, ସୁଶାନ୍ତ ଏକାଧିକ ଅପରାଧରେ ଜଡ଼ିତ ଥିଲେ। ତାଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। ବର୍ଷେ ତଳେ ସେ ଜାମିନରେ ଜେଲରୁ ମୁକୁଳିଥିଲେ। ଚଳିତ ନିର୍ବାଚନ ବେଳେ ଏକ ନିର୍ଦ୍ଦିିଷ୍ଟ ରାଜନୈତିକ ଦଳର ପ୍ରଚାରରେ ମଧ୍ୟ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories