www.samajalive.in
Sunday, December 14, 2025
17.1 C
Bhubaneswar

ଋଷିକୂଲ୍ୟା ନଦୀ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଗଞ୍ଜାମ: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିଲା । ଫଳରେ  ଗଞ୍ଜାମ ଜିଲାକୁ ପୂର୍ବରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବର୍ତମାନ ୟେଲୋ ଜୋନ ଘୋଷଣା କରାଯାଇଛି । ବର୍ଷା ପରେ  ଋଷୁକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏନେଇ ଶୁକ୍ରବାର ପୂର୍ବାହ୍ନ ରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଦାମୋଦର ପୁର ନିକଟରେ ଋଷୁକୂଲ୍ୟା ନଦୀ କୂଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ  ।
ଜିଲ୍ଲାପାଳଙ୍କ ସହିତ ଗଞ୍ଜାମ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ  । ସ୍ଥିତିକୁ ଦେଖି ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ଜିଲ୍ଲାପାଳ କହିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସାମନ୍ୟ ଜଲସ୍ତର ବୃଦ୍ଧି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି କ୍ଷ ଘୋଡ଼ାହାଡ଼ ଡ୍ୟାମ ରେ ଅଧିକ ପାଣି ଯୋଗୁଁ ଋଷିକୂଲ୍ୟା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି କ୍ଷ ତଟବର୍ତ୍ତୀ ଅଞ୍ଚଳ  ଲୋକମାନେ ନଦୀ ସମୁଦ୍ରକୁ ନଯିବା ଲାଗି ବାରଣ କରାଯାଇଛି କ୍ଷ ନଦୀ କୁଳିଆ ଅଞ୍ଚଳରେ ଟିମକୁ ଆଲର୍ଟ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ବର୍ତମାନ ବିପଦ ନାହିଁ ଯଦି ଉପର ମୁଣ୍ଡରୁ ପାଣି ଆସେ ତାହେଲେ ନଦୀ କୁଳିଆ ଅଞ୍ଚଳରେ ବସ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ କ୍ଷ ସମସ୍ତ ବିଡ଼ିଓ ଓ ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗକୁ ସଚେତନ ରହିବା ପାଇଁ କୁହାଯାଇଛି କ୍ଷ କୌଣସି ଅଧିକାରୀ ବିନା ଅନୁମତିରେ ଯେପରି ହେଡ଼ କ୍ୱାର୍ଟର ଛାଡିପାରିବେନି ସେଥିଲାଗି ନିର୍ଦେଶ ଦିଆଯାଇଛି କ୍ଷ ଅନ୍ୟପଟେ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ନଦୀ କୂଳକୁ ଯିବା ପାଇଁ ଓ ନଦୀରେ ଗାଧେଇବାକୁ ନ ଯିବାକୁ ବାରଣ କରାଯାଇଛି ।  ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି କ୍ଷ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories