www.samajalive.in
Saturday, December 6, 2025
17.1 C
Bhubaneswar

୧୦ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର ଜବତ ,ଜଣେ ଗିରଫ

ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ନିକଟରୁ ଏକ ଗଞ୍ଜେଇ ଭର୍ତି କାରକୁ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଏନେଇ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାଇ ବାଲିଗୁଡାରୁ ଭୁବନେଶ୍ୱର ଅଭିମୁଖେ ଏକ କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଖୋର୍ଦ୍ଧା ପୁଲିସକୁ ସୂଚନା ମିଳିଥିଲା । ଏସପିଙ୍କ ନିର୍ଦେଶ କ୍ରମେ ଖୋର୍ଦ୍ଧା ଉପଖଣ୍ଡ ପୁଲିସ ଅଧିକାରୀ(ଏସଡିପିଓ) ସୁଶିଲ ମିଶ୍ର ଓ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଦଳ ଗଠନ ହୋଇଥିଲା। ମଙ୍ଗଳବାର ଅପରାହ୍ଣରେ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ପୁଲିସ କାରକୁ ଅଟକାଇ ଯାଂଚ କରିବାରେ ଭିତରେ ଗଞ୍ଜେଇ ବଣ୍ଡଲ ଥିବା ଜଣାପଡିଥିଲା । ଜଣେ ପୁଲିସର ଉପସ୍ଥିତି ଦେଖି ଖସି ପଳାଇଥିବା ବେଳେ ଆଉ ଜଣେ ଧରାପଡିଥିଲା । ଗିରଫ ଅଭିଯୁକ୍ତ ଜଣଙ୍କ ନୟାଗଡ ଜିଲା ପତେଗଡ ଥାନା ଜାମୁସାହିର ପ୍ରମୋଦ ସାହୁ(୨୫) । ପରେ ଖୋର୍ଦ୍ଧା ଏଗଜୁଟିଭ ମାଜିଷ୍ର୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ଜବତ ୧୦୦କେ.ଜି ଓଜନ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଏସପି ପ୍ରକାଶ କରିଛନ୍ତି। ଗଞ୍ଜେଇ ଚାଲାଣରେ ବ୍ୟବହୃତ  କାରକୁ ଜବତ କରାଯାଇଛି । ଖସିପଳାଇ ଥିବା ଅନ୍ୟ ଗଞ୍ଜେଇ ବେପାରୀକୁ ଧରିବାକୁ ପୁଲିସ ଉଦ୍ୟମ କରୁଛି । ତେବେ ତଦନ୍ତରେ ବାଧା ଆସିବା ଦୃଷ୍ଟିରୁ ପୁଲିସ ତାର ନାମ ପ୍ରକାଶ କରିନାହିଁ । ଏହି ସାମ୍ବାଦିକ ସମ୍ବିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୋରା ଓ ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ମିଶ୍ରଙ୍କ ସହ ଡିଏସପି ଏସ.କେ ପଣ୍ଡା, ଆଦର୍ଶ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ, ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗ୍ ବିଜୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories