www.samajalive.in
Saturday, December 6, 2025
15.1 C
Bhubaneswar

ଚିକିଟିରେ ସାର କଳାବଜାର ,ବସ୍ତା ପିଛା ୫୨୦ ରୁ ୫୫୦

ଚିକିଟି : ଚାଷୀର ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଚାଷୀଙ୍କୁ ରିଆତି ଦରରେ ସରକାର ସେବା ସମବାୟ ସମିତି ଓ ଡିଲର ମାନଙ୍କ ଜରିଆରେ ୟୁରିଆ ସାର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥବା ବେଳେ ଚାଷୀଙ୍କୁ ସାର ମିଳିନି,ଏଣେ କଳା ବଜାରରେ ବସ୍ତାପିଛା ୫୨୦ ଟଙ୍କାରୁ ୫୫୦ ଟଙ୍କାରେ ବିକ୍ରୀ ହେଉଥିବା ଜଣାପଡ଼ିଛି । ଚିକିଟି ପେଣ୍ଠର କରବାଲୁଆର ଜଣେ ବ୍ୟବସାୟୀ କଳା ବଜାରରେ ସାର ସଂଗ୍ରହ କରି ଚାଷୀଙ୍କୁ ଚଢା ଦରରେ ବିକୁଥିବା ଅଭିଯୋଗ ହେଉଛି । ବ୍ୟବସାୟୀ ଜଣକ ଏବେ ସାର ଯୋଗାଇ ଦେଇ ଧାନ ଅମଳ ବେଳେ ସେହି ଟଙ୍କାର ଧାନ ସଂଗହ କରୁଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାର ଖୋଲା ବଜାରରେ ୟୁରିଆ ସାର ବିକ୍ରିର ଅନୁମତି ଦେଇନଥିବା ବେଳେ ଏହି ଚୋରା ବ୍ୟବସାୟୀ ଜଣକ କୁଆଡୁ ପର୍ଯ୍ୟାପ୍ତ ପରିମାଣରେ ସାର ସଂଗ୍ରହ କରି ଚାଷୀଙ୍କୁ ଚଢା ଦରରେ ଯୋଗାଉଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । କୃଷି ବିଭାଗ ସବୁ ଜାଣି ନିଦା ବିଷ୍ଣୁ ପାଲଟି ଯିବାରୁ ସାର କଳା ବଜାର ହେଉଛି ଓ ଚାଷୀ ଠକାମିର ଶିକାର ହେଉଛି । ଏଣୁ ସାର କଳା ବଜାରୀଙ୍କ ଉପରେ କେବେ ଓ କି ପ୍ରକାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories