ସ୍କର୍ପିଓ ଗାଡ଼ି ସହ ଗଞ୍ଜେଇ ଜବତ, ୩ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ-ଫୁଲବାଣୀ ରାସ୍ତାର ଝାଡ୍ରାଜିଂ ଗ୍ରାମ ନିକଟସ୍ଥ ସ୍ୱାଦିଷ୍ଟ ହୋଟେଲ ସମ୍ମୁଖରୁ ଅବକାରୀ ବିଭାଗ ଏକ ସ୍କର୍ପିଓ ଗାଡ଼ି ସହ ୨୧କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ହରଭଙ୍ଗା ବ୍ଲକ କୋଇଲିସୂତାର ଚନ୍ଦନ ବେହେରା(୨୮), କମିରାର ବିରେନ୍ଦ୍ର ପ୍ରଧାନ(୫୧) ଓ ବାଗବରର ଲାବଣୀ ସେଠି(୨୭)।

ମିଳିଥିବା ସୂଚନା ଅନୁସାରେ, ଫୁଲବାଣୀରୁ ଏକ ମହିନ୍ଦ୍ର ସ୍କର୍ପିଓ ଗାଡ଼ି ନଂ-ଓଡି-୦୨ଏସ-୫୫୮୮ ଯୋଗେ ବୌଦ୍ଧ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଥିଲା। ଖବରପାଇ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଚାରିଛକ-ଫୁଲବାଣୀ ରାସ୍ତାରେ ଚଢାଉ କରି ସ୍କର୍ପିଓ ଗାଡି ସହ ଗଞ୍ଜେଇ ବସ୍ତା ଜବତ କରିଥିଲା। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଏକ ଏନ.ଡି.ପି.ଏସ ମାମଲା ରୁଜୁ କରାଯାଇ ସମସ୍ତ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକ ସୂଚନା ଦେଇଛନ୍ତି।

Comments are closed.