ମାଲକାନଗିରି : ମାଲକାଗଗିରି ଜିଲା ସର୍ଗିଗୁଡ଼ା ଗାଁ ନିକଟରୁ ପ୍ରାୟ ୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ ହେବା ହୋଇଛି। ଏହାସହ ସମ୍ପୃକ୍ତ ଘଟଣାରେ ୩ ବେପାରୀଙ୍କୁ ଗିରଫ କରାଯାଇଛି ବୋଲି ସୋମବାର ଜଣାପଡ଼ିଛି। ଖବର ପାଇ ଅବକାରୀ ବିଭାଗ ଚଢାଉ କରି ଏହି ଗଞ୍ଜେଇକୁ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେ ଳେ ବେପାରୀ ଧରାପଡ଼ିଛନ୍ତି ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।
Popular Categories



