www.samajalive.in
Saturday, December 6, 2025
26.1 C
Bhubaneswar

୨୧କେଜି ଗଞ୍ଜେଇ ସହ ୩ ଗରିଫ

ଗୁଡଭେଲା: ୨୧କେଜି ଗଞ୍ଜେଇ ସହ ୩ ଗରିଫ । ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଳା ରାସ୍ତାର ଧାନଘରା ତେଲ ନଦୀ ବ୍ରିଜ ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇ ତୁଷୁରା ପୁଲିସ ଚଢ଼ାଉ କରିଥିଲା। ଗଞ୍ଜେଇ ନେଇ ଆସୁଥିବା ୩ ଜଣ ଯୁବକ କୁ ପୁଲିସ କାବୁ କରି ତାଙ୍କ ଠାରୁ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇକୁ ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲ ମାଜିଷ୍ଟ୍ରେଟ ଭାବରେ ଆସିଲା ପରେ ମାପ କରାଯାଇଥିଲା ଯାହାକି ୨୧ କେଜି ହୋଇଥିଲା। ଏକ ବାଇକ ସହ ୩ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ତୁଷୁରା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ ପ୍ରକାଶ କରିଛନ୍ତି । ବଲାଙ୍ଗୀର ଠିକାଦାରପଡାର ଦଶରଥ ବାଗ,ସଇନ୍ତଲା ଥାନା ଜଲିଆ ଗାଁର ଜୌତିର୍ମୟ ହରପାଲ,ଉତ୍ତର ପ୍ରଦେଶ ଇଲ୍ଳାବାଡ, ସିକେନ୍ଦରବାଗର ସିରୋଜ ଖାଁକୁ ଗିରଫ କରିଥିବା ଜଣାପଡିଛି।
ସୂଚନା ଯୋଗ୍ୟ,  ଗୁଡ଼ଭେଳା ତୁଷୁରା ରାସ୍ତା ଦେଇ ପ୍ରତି ଦିନ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ନଜର ରହିଛି । ତଥାପି ମାଫିଆ ମାନେ ବେପାର ଚଳାଇଛନ୍ତି । ତୁଷୁରା ରାସ୍ତାରେ। ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଜିଲ୍ଲା ପଟରୁ ଗଞ୍ଜେଇ ନେଇ ତୁଷୁରା ସହର ରେ ପ୍ରବେଶ କରୁଛନ୍ତି ମାଫିଆ ମାନେ। ଗୋଟିଏ ସପ୍ତାହ ଭିତରେ ଗୋଟିଏ ରାସ୍ତାରେ ପୁଲିସ ହାବୁଡରେ ପଡି ଦୁଇ ଦଳ ଗଞ୍ଜେଇ ଚୋରା ବେପାରୀ ଧରାପଡିଥିବା ରୁ ତୁଷୁରା ରାସ୍ତାରେ କେମିତି ଗଞ୍ଜେଇ ଚାଲାଣ ହେଉଛି ତାହା ବାରି ହେଉଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories