ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ କରଞ୍ଜକଟା ଗ୍ରାମର ଗଜପତି ପ୍ରଧାନ (୭୦)ଙ୍କ ଭଳି ଜଣେ ବାର୍ଦ୍ଧକ୍ୟ ହିତାଧିକାରୀ ଆଠମାସ ହେଲା ଭତ୍ତାରୁ ବଞ୍ଚିତ ଥିବା ଖବର ଶୁକ୍ରବାର ‘ସମାଜ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାଏକଙ୍କ ନିର୍ଦେଶକ୍ରମେ ବ୍ଲକ ସାମାଜିକ ସୁରକ୍ଷା କର୍ମଚାରୀ ମନୋଜ ବେହେରା ଆଜି ଗଜପତିଙ୍କ ଘରେ ପହଁଚି ଆଠମାସର ଭତ୍ତା ବାବଦକୁ ୪ହଜାର ଟଙ୍କା ପ୍ରଦାନ କରିଛନ୍ତି। ଦୀର୍ଘ ଆଠମାସ ପରେ ଗଜପତି ଭତ୍ତା ଟଙ୍କା ପାଇ ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ। ବ୍ଲକ ପ୍ରଶାସନର ଏଭଳି କାର୍ଯ୍ୟକୁ ସମାଜସେବୀ ଧୀରେନ ପ୍ରଧାନ ସାଧୁବାଦ ଜଣାଇଛନ୍ତି।
Popular Categories



