www.samajalive.in
Sunday, December 14, 2025
19.1 C
Bhubaneswar

ଶିକୁଳିରେ ବନ୍ଧାପଡିଛି ଜୀବନ, କିଏ ହେବ ସାହା!

ସମୟ ଥିଲା ଗାଁରେ କୁଲି ମଜୁରୀ କରିବା ସହ ଦାଦନ ଖଟିବାକୁ ଯାଇ ପରିବାରର ବୋଝ ଉଠାଉଥିଲେ ଘରର ବଡ଼ ପୁଅ। ହେଲେ ବିଧାତା ଲେଖନ କେ କରିବ ଆନ ଭଳି ସେହି ରୋଜଗାରିଆ ପୁଅ ଦୀର୍ଘ ୧୨ ବର୍ଷ ହେବ ପାଗଳ ହୋଇ ଯାଇଥିବା ବେଳେ ୫ ବର୍ଷ ହେବ ଗୋଡ଼ରେ ପରିବାର ଲୋକେ ଲୁହା ଶିକୁଳି ଵାନ୍ଧି ପକାଇ ରଖିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର କଇଠପଦା ଗ୍ରାମର ପଞ୍ଚୁ ବେହେରା। ଆର୍ଥିକ ଅଭାବ ଅନଟନରେ ଚଳିଆସୁଥିବା ପରିବାରର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡେଇ ସମୟ ଥିଲା ବାହାର ରାଜ୍ୟକୁ ଯାଇ ପଞ୍ଚୁ କୁଲି ମଜୁରୀ କରି ଦୁଇ ପଇସା ରୋଜଗାର କରିପାରୁଥିଲେ। ସେ ଅନେକ ବର୍ଷ ତଳେ ଦାଦନ ପାଇଁ ଆନ୍ଦ୍ର ପ୍ରଦେଶ ଯାଇଥିବା ବେଳେ କିଛି ମାସ କାମ କରିବା ପରେ ହଠାତ୍ ଦେହ ଅସୁସ୍ଥ ହୋଇପଡିଥିଲା। ଫଳରେ କାମ ନକରିପାରି ପୁଣି ନିଜ ଗ୍ରାମ କଇଠପଦା ଗ୍ରାମକୁ ଫେରି ଆସିଥିଲେ।

ହେଲେ ଦଇବ ଦାଉସାଧିବା ଭଳି ଦିନ କୁ ଦିନ ଅଧିକ ଜ୍ୱରରେ ଆକ୍ରାନ୍ତ ହେବା ସହ ଧିରେ ଧିରେ ସ୍ମୃତିଶକ୍ତି ହରାଇବାକୁ ଲାଗିଲେ। ଏହା ସହ ଧୀରେ ଧୀରେ ମାନସିକ ବିକାରଗ୍ରସ୍ତ ହୋଇ ଘରର ଆସବାବପତ୍ର ପୋଡିଦେବା ସହ, ଗାଁ ଓ ଆଖପାଖ ଲୋକଙ୍କୁ ମାରପିଟ କରି ମନଇଚ୍ଛା କେଉଁ ଆଡେ ଚାଲି ଯାଉଥିଲେ। ପୁଅର ଏଭଳି ଦୁର୍ଦ୍ଦଶା ଦେଖି କିଛି ବର୍ଷ ହେବ ବାପା ଆରପାରିକୁ ଚାଲିଗଲେ। ଗାଁଟି ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଥିବା ବେଳେ ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସା ମଧ୍ୟ କରିପାରୁ ନାହାନ୍ତି ପରିବାର ଲୋକେ। ହେଲେ ମା’ ମନ ବା ବୁଝିବ କେମିତି?

- Advertisement -

ଯେଉଁ ବୟସରେ ପୁଅ ଟିଏ ମାଁ ର ସେବା ଯତ୍ନ କରିବା କଥା ସେହି ବୟସରେ ପୁଅ ଏବେ ପାଲଟି ଯାଇଛି ପରିବାରର ବୋଝ। ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ଭଲ କରାଇବାର ଆଶାନେଇ ମା’ ଏବେ ପାଗଳ ପୁଅର ସେବା ଯତ୍ନକରି ଛଳଛଳ ଆଖିରେ ଚାହିଁ ବସିଛନ୍ତି ସରକାରୀ ସହାୟତାକୁ। ଯେମିତି ବି ହେଉପଛେ ପୁଅ ଅନ୍ତତଃ ଘରେ ରହୁ ବୋଲି ଦୀର୍ଘ ପାଞ୍ଚ ବର୍ଷ ହେବ ପଞ୍ଚୁ ଗୋଡ଼ରେ ଶିକୁଳି ବାନ୍ଧି ରଖିବା ପାଇଁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି ପରିବାର ଲୋକେ।

ପଞ୍ଚୁ ନାମରେ କେବଳ ଆଧାର କାର୍ଡ ରହିଛି। କିନ୍ତୁ ତାଙ୍କର ଏଭଳି ଦୁରାବସ୍ଥା ପରିସ୍ଥିତିରେ ତାଙ୍କ ପାଇଁ ପ୍ରଶାସନ ପକ୍ଷରୁ ଭତ୍ତାକାର୍ଡ ଖଣ୍ଡିଏ ମଧ୍ୟ ଯୋଗାଇ ଦିଆଯାଇନାହିଁ। ଏପଟେ ଆର୍ଥିକ ଅନଟନ ଦେଇ ଗତି କରୁଥିବା ପରିବାର ପାଗଳ ପୁଅର ଚିକିତ୍ସା କରାଇ ପାରୁନାହାନ୍ତି। ତେଣୁ ଗଣମାଧ୍ୟମ ଜରିଆରେ ସରକାରୀ ସହାୟତାରେ ଚିକିତ୍ସା ଯୋଗାଇ ଦିଆଯାଉ ବୋଲି ପରିବାର ଲୋକଙ୍କ ସହ ଗ୍ରାମବାସୀମାନେ ମଧ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏ ସଂପର୍କରେ ଆମେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ-ପଞ୍ଚୁଙ୍କ ପରିବାର ସମସ୍ୟା ପୁର୍ବରୁ ଅବଗତ ଅଛନ୍ତି ମେଡିକାଲ ସାର୍ଟିଫିକେଟ ନଥିବା ଯୋଗୁଁ ଭତା ପ୍ରଦାନ କରିହେଉନାହିଁ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରି ସେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

ଯଦି କୌଣସି ସହୃୟବାନ ବ୍ୟକ୍ତି ହୁଅନ୍ତୁ ବା ସଂଗଠନ ପଞ୍ଚୁ ବେହେରାଙ୍କୁ ସାହାଯ୍ୟ ର ହାତ ବଢାଇବାକୁ ଚାହାଁନ୍ତି ତାହେଲେ ତାଙ୍କ ମୋବାଇଲ ନଂ ୯୮୬୧୮୯୪୮୫୭ରେ ଯୋଗାଯୋଗ କରି ତାଙ୍କ ମା’ ଚଞ୍ଚଳା ବେହେରାଙ୍କ ଇଣ୍ଡିଆନ ବ୍ୟାଙ୍କ ଖାତା ସଂଖ୍ୟା ୮୦୮୩୨୬୩୬୦, ଆଇଏଫଏସସି କୋଡ଼ ସଂଖ୍ୟା IDIB000C057ରେ ସହାୟତା ପ୍ରଦାନ କରିପାରିବେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories