www.samajalive.in
Sunday, December 14, 2025
26.1 C
Bhubaneswar

ରଙ୍ଗିନ ମାଛ ଜାଆଁଳା ଓ ଚାଷ ତାଲିମ କାର୍ଯ୍ୟକ୍ରମ

ନବରଙ୍ଗପୁର: କେନ୍ଦ୍ରୀୟ ମଧୁର ଜଳ ଜୀବ ପରିପାଲନ ସଂସ୍ଥାନ ଭୁବନେଶ୍ୱର (ସିଫା) ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ୩୧ ଜଣ ଉଦ୍ୟୋଗୀ ଓ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ତିନ ଦିନିଆ ରଙ୍ଗୀନ୍ ମାଛ ଚାଷ ଓ ଯାଆଁଳ ଉତ୍ପାଦନ ତାଲିମ କାର୍ୟକ୍ରମ ଆଜି ଆରମ୍ଭ ହୋଇଛି। ଏହି କାର୍ୟ୍ୟକ୍ରମରେ ସିଫାର ନିର୍ଦେଶକ ଡ ସରୋଜ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଦିବାସୀଙ୍କ ଆର୍ଥିକ ଉନ୍ନତିରେ ରଙ୍ଗୀନ୍ ମାଛ ଚାଷ ନିଶ୍ଚିତ ଭାବରେ ଉନ୍ନତି ଆଣିବା ଦିଗରେ ସହାୟକ ହୋଇ ପାରିବ। ଏଥି ସହିତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବଜାରକୁ ନବରଙ୍ଗପୁର ରଙ୍ଗୀନ୍ ମାଛ ଯୋଗାଇ ପାରିବ ବୋଲି ସେ କହିଥିଲେ।

ଗତ ମାସ ୨୮ ତାରିଖରେ ନବରଙ୍ଗପୁର ରେ ରଙ୍ଗିନ ମାଛ ଚାଷ ଉଦଘାଟନ କରାଯାଇଥିଲା ଖୁବ୍ ଶୀଘ୍ର ନବରଙ୍ଗପୁରର ଉଦ୍ୟୋଗୀ ମାନେ ରଙ୍ଗୀନ୍ ମାଛ ଜାଆଁଳା ଉତ୍ପାଦନ ଆରମ୍ଭ କରିପାରିବେ ବୋଲି ଡ ସ୍ବାଇଁ ମତବ୍ୟତ କରିଛନ୍ତି। ଜନଜାତି ଉନ୍ନତୀ ପ୍ରକଳ୍ପର ମୁଖ୍ୟ ବୈଜ୍ଞାନିକ ଡଃ ପଦ୍ମନାଭ ରାଉତରାୟ ଯୋଗ ଦେଇ ତାଲିମ କାର୍ଯ୍ୟକ୍ରମ ପରେ ଆନୁସାଙ୍ଗିକ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ। ସିଫାର ବରିଷ୍ଟ ବୈଜ୍ଞାନିକ ଡଃ ନଗେଶ୍ କୁମାର ବାରିକ୍ ଏହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ୟ୍ୟକ୍ରମରେ ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଶିବ ଶଙ୍କର ଗିରି, ବୈଜ୍ଞାନିକ ଡ ସୁନିଲ ଅଲ୍ଲୀ ଓ ମୂଖ୍ୟ ପ୍ରଶାସନିକ ଅଧିକାରି ବିକେ ସିହ୍ନା ଉପସ୍ଥିତ ରହି ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ଉମରକୋଟ, ନନ୍ଦାହାଣ୍ଡି ଓ ପାପଡ଼ାହାଣ୍ଡି ବ୍ଲକର ୨୧ ଜଣ ମହିଳା ଓ ୧୦ ପୁରୁଷ ଭାଗ ନେଇଛନ୍ତି। ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ମତ୍ସ୍ୟ ସହାୟକ ଅଧିକାରୀ ରାଟେଲ ମହକୁର ଓ ଆକାଶ ନାୟକ ଚାଷୀମାନଙ୍କୁ ସହଯୋଗ କରୁଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories