ସ୍ୱେଚ୍ଛାସେବୀ ସଂଗଠନ ସକାଳ ପକ୍ଷରୁ ଜୀବନ ଜୀବିକା କର୍ମଶାଳା

0

ମୋହନା : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସକାଳର ୧୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ଜୀବନ ଜୀବିକା କର୍ଆମଶାଳାର ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଷ୍ୟତ ନୀତି ନିର୍ଦ୍ଧାରଣ ନିମନ୍ତେ ଅଞ୍ଚଳ ଲୋକମାନଙ୍କର ଦୀର୍ଘସ୍ଥାୟୀ ଜୀବନ ଜୀବିକାର ଉନ୍ନତି ପାଇଁ ବିକାଶ ପ୍ରକ୍ରିୟାରେ ସାମିଲଥିବା ଗ୍ରାମ ଓ ପଞ୍ଚାୟତ, ନାଗରିକ ସଂଗଠନର କର୍ମକର୍ତା, ଗ୍ରାମପଞ୍ଚାୟତ ପ୍ରତିନିଧି, ସରକାରୀ ବିଭାଗୀୟ କର୍ମକର୍ତା, ଶିକ୍ଷାବିତ୍‍ ଓ ସକାଳ ଅନୂଷ୍ଠାନର କର୍ମକର୍ତା ଏବଂ ପରିଚାଳନା କମିଟି ସଦସ୍ୟମାନଙ୍କ ଉପସ୍ଥିତିରେ ଏହି କର୍ମଶାଳା ଘୋଡାହାଡ ଡ୍ୟାମଠାରେ ଆୟୋଜିତ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗରୀବ ନାମ ମାତ୍ର ଚାଷୀ ଉପରେ ଏହାର କୁପ୍ରଭାବ, ଗ୍ରାମରେ କାମଧନ୍ଦା ଅଭାବ ସାଙ୍ଗକୁ ଅଧିକ ରୋଜଗାରକ୍ଷମ ଆଶାରେ ଶ୍ରମିକମାନେ ସ୍ଥାନାନ୍ତର, ଜୀବନ ଜୀବିକାର ଉନ୍ନତି ନିମନ୍ତେ ସ୍ଥାୟୀ ସମ୍ବଳ ସୃଷ୍ଟି ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରୁ ଲୋକମାନଙ୍କୁ ସୁଫଳ ନମିଳିବା, ଚାଷର ଉନ୍ନତି ପାଇଁ ଜଳସେଚନ ଭଳି ଆବଶ୍ୟକ ଭିତ୍ତି ଭୂମିର ବିକାଶ ନହେବା, ପୃଷ୍ଟିହୀନତା ଓ ରକ୍ତହୀନତା ଭଳି ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁଁ ଜୀବନ ବାଧାପ୍ରାପ୍ତ ହେଉଛି। ଏଥିପାଇଁ ସରକାରୀ ବିଭାଗୀୟ ଅଧିକାରୀ, ପଞ୍ଚାୟତ ବ୍ୟବସ୍ଥା ସହ ନିର୍ବାଚିତ ଜନ ପ୍ରତିନିଧି, ଶିକ୍ଷାବିତ୍‍, ସ୍ୱେଚ୍ଛାସେବୀ ସଂଗଠନ ଏକାକୀ ଭାବେ କାର୍ଯ୍ୟ ନ କରି ମିଳିତ ଉଦ୍ୟମରେ କାମ କଲେ ଅଞ୍ଚଳର ବିକାଶ ଓ ଲୋକଙ୍କର ଜୀବନ ଜୀବିକାର ଉନ୍ନତି ନିମନ୍ତେ ଏକ ରଣ ନୀତି ପ୍ରସ୍ତୁତ ହେବା ଦରକାର ଯାହା ଫଳରେ ଜୀବନ ଜୀବିକାର ଦୃତ ବିକାଶ ହୋଇପାରିବ। ଏହି ବିଷୟକୁ ଆଧାର କରି ଉପସ୍ଥିତ ଅତିଥିମାନେ କର୍ମଶାଳାରେ ଆଲୋଚନା କରି ବ୍ଳକସ୍ତରୀୟ ମଞ୍ଚ ପ୍ରସ୍ତୁତି ନିମନ୍ତେ ପ୍ରସ୍ତାବିତ କରିଥିଲେ। ପ୍ରତିବର୍ଷ ଗୋଟିଏ ଗ୍ରାମପଞ୍ଚାୟତକୁ ସମସ୍ତ ଦିଗରୁ ଆଦର୍ଶ ଗ୍ରାମପଞ୍ଚାୟତରେ ପରିଣତ କରିବା ପାଇଁ ମିଳିତ ଉଦ୍ୟମ କରିବାକୁ ଅତିଥିମାନେ ପ୍ରସ୍ତାବ ରଖିଥିଲେ। ଏହି କର୍ମଶାଳାରେ ମୋହନା ବ୍ଳକର ୧୧ଟି ଗ୍ରାମପଞ୍ଚାୟତରୁ ପ୍ରାୟ ୬୦ ଜଣ ପ୍ରତିନିଧି ଯୋଗଦେଇଥିଲେ। ମୋହନା ବ୍ଳକର ପ୍ରଗତି ସହାୟକ ପ୍ରକାଶ ଚନ୍ଦ୍ର ସେଠୀ, ଭାରପ୍ରାପ୍ତ ସିଡିପିଓ ମେନକା ଦେବୀ, ଡା. ମନୋଜ ମହାନ୍ତି, ସକାଳର ସଂପାଦକ ନଗେନ୍ଦ୍ର କୁମାର ନନ୍ଦି, ଚନ୍ଦ୍ରଗିରି ସରପଂଚ ନର୍ମଦା ଦଳାଇ, ଶିକ୍ଷାବିତ୍‍ ଡ.ରଂଜନ କୁମାର ପଣ୍ଡା,ଧାଡିଆମ୍ବ ସରପଞ୍ଚ ଚକ୍ରଧର ପାଇକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସକାଳ ଅନୁଷ୍ଠାନର ସଂଯୋଜକ ସନ୍ତୋଷ କୁମାର ଗୌଡ ମଞ୍ଚ ପରିଚାଳନା କରିଥିବା ବେଳେ ରବିନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply