www.samajalive.in
Monday, December 15, 2025
15.1 C
Bhubaneswar

ଅଦିନିଆ ରଥଯାତ୍ରା: ଇସ୍କନ ଜିବିସି ଅଧ୍ୟକ୍ଷଙ୍କୁ ଗଜପତିଙ୍କ ଚିଠି

ସମାଜ ଡିଜିଟାଲ ଡେସ୍କ: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଇସ୍କନ ଜିବିସି(ଗଭର୍ନିଂ ବଡି କମିସନ) ଅଧ୍ୟକ୍ଷଙ୍କୁ ମଙ୍ଗଳବାର ଚିଠି ଲେଖିଛନ୍ତି ଗଜପତି ମହାରାଜା। ଦେଶ ବିଦେଶରେ ଥିବା ଇସ୍କନ ମନ୍ଦିରଗୁଡ଼ିକରେ ଶାସ୍ତ୍ର ଏବଂ ପୁରାତନ ପାରମ୍ପରିକ ରୀତିର ସମ୍ମାନ ରଖି ରଥଯାତ୍ରା ପାଳନ କରିବାକୁ ଗଜପତି ଦିଗଦର୍ଶନ ଦେଇଛନ୍ତି।

ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଯେ, ଗତ ସେପ୍ଟେମ୍ବର ୬ରେ ଗଜପତି ପଶ୍ଚିମବଙ୍ଗର ମାୟାପୁରସ୍ଥିତ ଇସ୍କନ ଜିବିସି ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଥିଲେ। ଗଜପତି ଜଣାଇଥିଲେ ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି(ପୁରୀ)ର ଚୂଡ଼ାନ୍ତ ନିଷ୍ପତ୍ତି ନଅସୁାରେ ବିଶ୍ଵର ବିଭିନ୍ନ ଦେଶରେ ଅବସ୍ଥିତ ଇସ୍କନ ମନ୍ଦିରଗୁଡ଼ିକ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତିଥି ଅନୁସାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବେ। ଏହାର ଉତ୍ତରରେ ଗତ ୧୯ ତାରିଖରେ ଇସ୍କନ ଜିବିସି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଚିଠିରେ ଉତ୍ତର ଦେଇଛନ୍ତି, ଇସ୍କନ ଭାରତ ଏବଂ ବିଦେଶର ସମସ୍ତ ମନ୍ଦିରରେ ଶାସ୍ତ୍ର ନିର୍ଦ୍ଧାରିତ ତିଥି(ଜ୍ୟେଷ୍ଠ ପୂର୍ଣ୍ଣିମା)ରେ ସ୍ନାନଯାତ୍ରା ପାଳନ କରିବାକୁ ସମ୍ମତ ହୋଇଥିଲେ। ମାତ୍ର ସେମାନେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଶାସ୍ତ୍ର ଓ ପାରମ୍ପରିକ ତିଥି ଅନୁସାରେ ଅର୍ଥାତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିଠାରୁ ଆରମ୍ଭ ହେଉଥିବା ନଅଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇପାରୁ ନାହାନ୍ତି। ଇସ୍କନ ଜିବିସିଙ୍କ ଏହି ପତ୍ରର ଉତ୍ତର ଦେଇ ଗଜପତି ମହାରାଜା ସାନି ଚିଠି ଲେଖିଛନ୍ତି। ଶାସ୍ତ୍ର ଦ୍ଵାରା ଧାର୍ଯ୍ୟ ତିଥି ଆଷାଢ଼ ଶୁକ୍ଳ ଦ୍ଵିତୀୟାଠାରୁ ୯ ଦିନ ମଧ୍ୟରେ ରଥଯାତ୍ରା ପାଳନ କରିବାକୁ ଗଜପତି ଦିଗଦର୍ଶନ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories