www.samajalive.in
Sunday, December 14, 2025
26.1 C
Bhubaneswar

ରୁଷଠୁ ଏସ-୪୦୦ ମିସାଇଲ କିଣିବ ଭାରତ, ୧୦ ହଜାର କୋଟି ଟଙ୍କାରେ ହେବ ଚୁକ୍ତି

ନୂଆଦିଲ୍ଲୀ, ୨୧ା୧୦: ଭାରତ ରୁଷଠୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ବଡ ସଂଖ୍ୟାରେ ମିସାଇଲ୍ କ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ପ୍ରାୟ ୧୦ ହଜାର କୋଟି ଟଙ୍କାରେ ଏହି ଚୁକ୍ତି ହେବ ବୋଲି ସୂଚନା ରହିଛି। ଏସ-୪୦୦ ସିଷ୍ଟମକୁ ପାକିସ୍ତାନ ବିରୁଦ୍ଧରେ ବ୍ୟବହାର କରିସାରିଛି ଭାରତ। ଏସ-୪୦୦କୁ ଗେମ୍ ଚେଞ୍ଜର ଭାବେ ସାବ୍ୟସ୍ତ ହୋଇସାରିଛି।

ବାୟୁସେନା ନିଜ ଏୟାର ଡିଫେନ୍ସ କ୍ଷମତାକୁ ଅଧିକ ମଜଭୁତ କରିବା ପାଇଁ ମିସାଇଲ୍ କ୍ରୟ କରିବାକୁ ଚାହୁଁଛି। ଏହି ଚୁକ୍ତି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଏହି ଚୁକ୍ତି ସଫଳ ହେଲେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ମଧ୍ୟ ଅଧିକ ମଜଭୁତ ହେବ। ରୁଷଠୁ ପୂର୍ବରୁ ୩ଟି ଏସ-୪୦୦ ସ୍କ୍ବାଡ୍ରନ ଆଣିଥିବା ଭାରତ ଏହି ସଂଖ୍ୟା ମଧ୍ୟ ବଢାଇବାକୁ ଯୋଜନା ରଖିଛି। ଚତୁର୍ଥ ସ୍କ୍ବାଡ୍ରନ୍ ଚୁକ୍ତି ପୂର୍ବରୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଫଳରେ ଏହି ଚୁକ୍ତି ଅଟକି ଯାଇଥିଲା। ଏବେ ଭାରତ ଆଉ ୨ ସ୍କ୍ବାଡ୍ରନ୍ ମଗାଇଛି। ଉଭୟ ଦେଶ ମଧ୍ୟରେ ଏସ-୫୦୦ ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ମଧ୍ୟ ଆଲୋଚନା ଚାଲିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories