www.samajalive.in
Saturday, December 13, 2025
27.1 C
Bhubaneswar

ବିଦ୍ୟାଳୟରେ ଶିକ୍ଷକ ଅଭାବ, ତାଲା ପକାଇ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ କଟାମା ଉଚ୍ଚ ବିଦ୍ୟାଳୟରେ ବହୁ ଦିନଧରି ଶିକ୍ଷକ ଅଭାବ ଯୋଗୁଁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଶିକ୍ଷକ ନିଯୁକ୍ତି ଦାବି ସହ ବଦଳି କରାଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ କଟାମା ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। ଏଥିସହ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ନିଅାଁ ଜାଳି ରାସ୍ତା ଅବରୋଧ କରିଛନ୍ତି। ହାଇସ୍କୁଲ ଶିକ୍ଷକ ନିଯୁକ୍ତି ଓ ବଦଳି ହୋଇଥିବା ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପରିଚ୍ଛାଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ରାସ୍ତା ଅବରୋଧ ଯୋଗୁଁ ପାଣିଗଣ୍ଡା ଓ ଗରଡମା ରାସ୍ତା କିଛି ଘଣ୍ଟା ପାଇଁ ଯାନବାହାନ ଗମନାଗମନ ଠପ ହୋଇଯାଇଥିଲା। ଖବର ପାଇ ବ୍ଳକ ଏବିଇଓ କୁନା ପାତ୍ର ଓ ସିଆରସିସି ଟଙ୍କଧର ମଳିକ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝା ସୁଝା କରିବା ସହ ଯଥାଶିଘ୍ର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେବା ପରେ ବିଦ୍ୟାଳୟର ତାଲା ଛାତ୍ରଛାତ୍ରୀମାନେ ଖୋଲିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେରେ କଟମା ସରକାରୀ ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଠ ପଢାଇବା ପାଇଁ ଶିକ୍ଷକ ନଥିବାରୁ ପାଠ ପଢାରେ ବାଧା ପ୍ରାପ୍ତ ହେଉଛି। ଗତ ୨୯ ତାରିଖରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ପ୍ରତାପ ଚନ୍ଦ୍ର ପରିଛାଙ୍କୁ ଅନ୍ୟତ୍‍୍ର ବଦଳି କରାଯାଇଛି। ତେବେ ହାଇସ୍କୁଲ ପାଇଁ ଏହି ବିଦ୍ୟାଳୟରେ ଜଣେ ବି ଶିକ୍ଷକ ନାହାଁନ୍ତି। ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୮୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥି ମଧ୍ୟରୁ ୯ମ ଓ ୧୦ମ ଶ୍ରେଣୀରେ ୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଥିପାଇଁ ପ୍ରାଥମିକସ୍ତରରେ ୭ ଜଣ ଶିକ୍ଷକ ଶିକ୍ଷୟତ୍ରି ରହିଛନ୍ତି। ଏଣୁ ତୁରନ୍ତ ବିଦ୍ୟାଳୟକୁ ତାଲିମ ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ନିଯୁକ୍ତି କରିବା ସହ ବଦଳି କରାଯାଇଥିବା ପ୍ରଧାନ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଛାତ୍ରଛାତ୍ରିମାନେ ବିଦ୍ୟାଳୟରେ ତାଲାପକାଇ ଥିଲେ। ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନକୁ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ହାଡିଆ କନ୍ଧ ଓ ଅଭିଭାବକମାନେ ସମର୍ଥନ ଜଣାଇଥିବା ବେଳେ ସରପଞ୍ଚ ରିନା ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories