www.samajalive.in
Monday, December 15, 2025
14.1 C
Bhubaneswar

୩୦ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୋହନା ପକ୍ଷରୁ ୩୦ ଲକ୍ଷ ବିନା ସୁଧରେ ଋଣ

ମୋହନା : ରାଜ୍ୟରେ ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ମୋହନା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପ୍ରମ୍ମୁଖ ଭୂମିକା ଗ୍ରହଣ କରିଥିବା ଜଣାପଡିଛି। ଏହି ଅବସରରେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର କାର୍ୟ୍ୟାଳୟ ସଭାଗୃହରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଅଧ୍ୟକ୍ଷ ରଞ୍ଜିତ କୁମାର ମିଶ୍ର ଏହି କାର୍ୟ୍ୟକ୍ରମରେ ସଭାପତି ରୂପେ ଯୋଗ ଦେଇଥିଲେ। ୩୦ଟି ସ୍ୱୁୟଂ ସହାୟିକା ଗୋଷ୍ଠୀଙ୍କୁ ୩୦ ଲକ୍ଷ ଟଙ୍କା ବିନା ସୁଧରେ ରୂଣ ଯୋଗଇ ଦିଆଯାଇଥିଲା। ଏହି କାର୍ୟ୍ୟକ୍ରମରେ ରାୟଗଡା ଜିଲ୍ଲାର ମହାପ୍ରବନ୍ଧକ ପ୍ରତାପ କୁମାର ମହାପାତ୍ର ଯୋଗଦେଇ ମୁଖ୍ୟ ଅତିଥିପଦ ଅଳଙ୍କୃତ କରିଥିଲେ। ଆଞ୍ଚଳିକ ପ୍ରବନ୍ଧକ ରାଜ୍ୟ ବର୍ଦ୍ଧନ ଦଳମହାପାତ୍ର, ଆଡଭାନସ ପ୍ରବନ୍ଧକ ବିଜୟ କୁମାର ପଣ୍ଡା, ଚିତରଞ୍ଜ ବେହୁରିଆ ସମ୍ମାନିତ ଅତିଥିରୂପେ ଯୋଗଦେଇଥିଲେ। ମୋହନା ଶାଖା ପ୍ରବନ୍ଧକ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ପାମ୍ପଡ, ଆଚାର, ପଶୁପାଳନ, କୁକୁଡାପାଳନ, ଖଲି ସିଲେଇ ଏବଂ ଦରଜୀକାମ କରିବା ପାଇଁ କହିଥିଲେ। ଏବଂ ଋଣ ପରିଷୋଧ ଠିକ ଭାବରେ କରି ନିୟମିତ ବ୍ୟାଙ୍କ ସହିତ ସମ୍ପର୍କ ରଖିଲେ ଅଧିକରୁ ଅଧିକ ଋଣ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯଦି ପୁରୁଣା ସ୍ୱୟଂ ସହାୟିକା ଗୋଷ୍ଠୀ କୌଣସି କାରଣରୁ ଅସୁବିଧା ବସତଃ ଋଣ ପରିଷୋଧ କରିନାହାନ୍ତି ତେବେ ଜାନୁଆରି ୩୧ ତାରିଖ ସୁଦ୍ଧା ଋଣ ପରିଷୋଧ କରି ସୁଦ୍ଧର ରିହାତି ପାଇବାର ସୁଯୋଗ ନିଅନ୍ତୁ ବୋଲି କହିଥିଲେ। ବ୍ୟାଙ୍କ ମିତ୍ର ଜିନିତା ଶବର, ଏଏମବିକେ ସଞ୍ଜିତା ନାୟକ ଓ ବ୍ୟାଙ୍କର କର୍ମଚାରୀ ଦେବେନ୍ଦ୍ର କୁମାର ସାହୁ କାର୍ୟ୍ୟକ୍ରମକୁ ସୂଚାର ରୂପେ ପରିଚାଳନା କରିଥିଲେ। ୭୦ଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories