www.samajalive.in
Saturday, December 13, 2025
14.1 C
Bhubaneswar

ଭାରତରେ କେହି ନୋଭେଲ୍‍ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନାହାନ୍ତି ; ୨୦ ହଜାରରୁ ଅଧିକ ଯାତ୍ରୀଙ୍କ ଥର୍ମାଲ୍‍ ସ୍କ୍ରିନିଂ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୋଭେଲ୍‍ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାପାଇଁ ଭାରତକୁ ଆସୁଥିବା ୯୬ଟି ବିମାନର ୨୦ ହଜାର ୮୪୪ ଜଣ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି।  ଶୁକ୍ରବାର ୧୯ଟି ବିମାନର ୪ ହଜାର ୮୨ ଜଣ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ଭାରତରେ ଏହି ଭୂତାଣୁ ଦ୍ୱାରା କେହି ସଂକ୍ରମିତ ହୋଇ ନ ଥିବା ପରୀକ୍ଷାରୁ ଜଣାପଡ଼ିଛି। କେବଳ ୩ ଜଣଙ୍କୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି, ପ୍ରଥମେ ୭ଟି ବିମାନ ବନ୍ଦରରେ କରୋନା ଭୂତାଣୁ ସଂକ୍ରମଣ ଜନିତ ସତର୍କତାମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଏହାକୁ ଆହୁରି ୧୨କୁ ସଂପ୍ରସାରିତ କରାଯାଇଛି। ଯଦି କେହି ଏହି ଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଏ, ତୁରନ୍ତ ନମୁନା ପରୀକ୍ଷା କରିବାକୁ ପୁଣେସ୍ଥିତ ଜାତୀୟ ସଂକ୍ରମଣ ପ୍ରତିଷ୍ଠାନ ପ୍ରସ୍ତୁତ ବୋଲି କୁହାଯାଇଛି। ଏହାଛଡ଼ା ଦେଶର ୧୦ଟି ପ୍ରମୁଖ ପରୀକ୍ଷାଗାରକୁ ମଧ୍ୟ ଏଭଳି ପରୀକ୍ଷା ନିରୀକ୍ଷା ପାଇଁ ପ୍ରସ୍ତୁତ ରଖାଯାଇଛି।
ଇତିମଧ୍ୟରେ ଚୀନ୍‍ର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ୧ହଜାର ୨୮୭ଟି ମାମଲାକୁ ସ୍ୱୀକାର କରାଯାଇଥିବା ବେଳେ ସେଥିମଧ୍ୟରୁ ୨୩୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି ବୋଲି କୁହାଯାଇଛି। ଏହି ଭୂତାଣୁ ଦ୍ୱାରା ଚୀନରେ ଏପର୍ୟ୍ୟନ୍ତ ୪୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ସେଣ୍ଟ୍ରାଲ୍‍ ହୁବେଇ ପ୍ରୋଭିନ୍ସରେ ୩୯ଜଣଙ୍କର ମୃତ୍ୟୁ ହୋଇଛି । ବେଜିଂ, ସାଂଘାଇ ଓ ଉହାନ ସମେତ ଚୀନର ବିଭିନ୍ନ ପ୍ରଦେଶରେ ସାର୍ବଜନୀନ ସ୍ୱାସ୍ଥ୍ୟ ସଂକ୍ରାନ୍ତ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories