www.samajalive.in
Saturday, December 13, 2025
17.1 C
Bhubaneswar

ଗଣତନ୍ତ୍ର ଦିବସ ପରେଡ : କେବେ ଠାରୁ ରାଜପଥରେ……

ଗଣତନ୍ତ୍ର ଦିବସ ପରେଡ ପାଇଁ ଦିଲ୍ଲୀର  ରାଜପଥ  ହୋଇ ଉଠିଛି ଚଳଚଞ୍ଚଳ। ସାରା ବିଶ୍ବ ଦେଖୁଛି ଭାରତର ସାସ୍କୃତିକ ଏକତା,ବିବିଧତା ଓ ସାମରୀକ ଶକ୍ତିର ସାମର୍ଥ୍ୟ। ଭାରତୀୟ ସେନାର ୩ ବାହିନୀ ପଦର୍ଶନ କରୁଛନ୍ତି ସେମାନଙ୍କ ଶକ୍ତି ଓ ଦୁଃସାହସିକ କୌଶଳ। ବାୟୁସେନାର ଲଢୁଆ ବିମାନ ଏବଂ ହେଲିକପ୍ଟର ରାଜପଥ ଉପରେ ଚିତାକର୍ଷକ ଉଡାଣ ଭରି ନିଜ ସାମର୍ଥ୍ୟର ପରିଚୟ ଦେଖାଉଛନ୍ତି। ଗଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ ରାଜପଥରେ ତାର କଳା,ସଂସ୍କୃତି ଓ ସାମରୀକ ଶକ୍ତିର ସାମର୍ଥ୍ୟକୁ ପ୍ରଦର୍ଶିତ କରିଛି। 

ରାଜପଥରେ ପରେଡକୁ ନେଇ କିଛି ଜଣା ଅଜଣା ତଥ୍ୟ ସମ୍ପର୍କରେ ସତ୍ୟଜିତ୍ ସାହୁଙ୍କ ସ୍ବତନ୍ତ୍ର ଉପସ୍ଥାପନା…..

ସମାଜ ପୋଟାଲ ଡେସ୍କ : ଗଣତନ୍ତ୍ର ଦିବସ ସମାରୋହ ପାଇଁ ସଜେଇ ହୋଇ ହୋଇଛି ଦିଲ୍ଲୀର ରାଜପଥ । ପୁଣିଥରେ ୭୧ ତମ ଗଣତନ୍ତ୍ର ଦିବସ ପାଳନର ସାକ୍ଷୀ ପାଲଟିବ ରାଜପଥ। କିନ୍ତୁ ଦିଲ୍ଲୀର ରାଜପଥ ଯେ ପ୍ରତିଥର ୨୬ ଜାନୁଆରୀ ପରେଡର ମୂକସାକ୍ଷୀ ହୋଇଥାଏ ତାହା ଭୁଲ। କାରଣ ରାଜପଥକୁ ଏହି ଐତିହାସିକ ପରେଡର ମୂକସାକ୍ଷୀ ହେବା ପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ତେବେ ପ୍ରଶ୍ନ ଉଠିବା ସ୍ବାଭାବିକ ୧୯୫୦ରୁ ଗଣତନ୍ତ୍ର ଦିନସ ପାଳନ କରାଯାଉଥିଲେ ମଧ୍ୟ ପ୍ରଥମ ୫ ବର୍ଷ କେଉଁଠି କରାଯାଉଥିଲା ଗଣତନ୍ତ୍ର ଦିବସ ପରେଡ। 
୧୯୫୦ ମସିହା ଜାନୁଆରୀ ୨୬ରୁ ପ୍ରଥମେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା । କିନ୍ତୁ ଏହା ରାଜପଥରେ ହୋଇନଥିଲା। ଦେଶର ପ୍ରଥମ ଗଣତନ୍ତ୍ର ଦିନସ ଇରୱିନ ଷ୍ଟାଡିୟମ  (ଆଜିର ନ୍ୟାସନାଲ ଷ୍ଟାଡିୟମ)ରେ ପାଳିତ ହୋଇଥିଲା। ପ୍ରଥମ ଗଣତନ୍ତ୍ର ଦିବସ ପାଳନ ପାଇଁ ଜାନୁଆରୀ ୭ ତାରିଖରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଇରୱିନ ଷ୍ଟାଡିୟମରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ପ୍ରଥମ ଗଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରାୟ ୩ ହଜାର ଜବାନ ସାମିଲ ଥିଲେ।

ଏହା ପରେ ୧୯୫୧ରୁ ଦେଶର ଗଣତନ୍ତ୍ର ଦିବସ ପାଳନ ସ୍ଥାନ ପରିବର୍ତ୍ତନ ହେବାକୁ ଲାଗିଲା। ୧୯୫୧ ରୁ ୧୯୫୪ ପର୍ୟ୍ୟନ୍ତ କେତେବେଳେ କିଙ୍ଗୱେ କ୍ୟାମ୍ପ ତ କେତେବେଳେ ରାମଳିଳା ମଇଦାନ ଏବଂ ଲାଲ କିଲ୍ଲାରେ ପାଳନ କରାଯାଉଥିଲା ଗଣତନ୍ତ୍ର ଦିବସ। ୧୯୫୫ ମସିହାରେ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପାଳନ ସମାରୋହ ରାଜପଥରେ ପହଞ୍ଚିଥିଲା। ସେହି ଦିନଠାରୁ ଅବ୍ୟାବଧି ଗଣତନ୍ତ୍ର ଦିବସ ରାଜପଥରେ ପାଳନ କରାଯାଉଛି।
ଗଣତନ୍ତ୍ର ଦିବସ ପ୍ୟାରେଡ ପାଇଁ ଭାରତୀୟ ସେନା ଅଗଷ୍ଟ ମାସରୁ ଆରମ୍ଭ କରିଦେଇଥାଏ। ଏହି ସମୟ ମଧ୍ୟରେ ଜଣେ ଜଣେ ଜବାନ ପ୍ରାୟ ୬୦୦ ଘଣ୍ଟା ଅଭ୍ୟାସ କରିଥାନ୍ତି। ପ୍ରଥମେ ପ୍ୟାରେଡ ପାଇଁ ସେନା ରେଜିମେଣ୍ଟରେ ଅଭ୍ୟାସ କରାଯାଏ। ଏହାପରେ ଡିସେମ୍ବର ମାସରେ ଜବାନ ଦିଲ୍ଲୀ ଆସି ଅଭ୍ୟାସ ଆରମ୍ଭ କରନ୍ତି।

- Advertisement -

ରାଇସିନା ହିଲରୁ ଆରମ୍ଭ ହୁଏ ପ୍ୟାରେଡ

୧୯୫୫ ମହିସାରେ ଗଣତନ୍ତ୍ର ଦିବସ ପାଳନ ରାଜପଥରେ କରାଯିବା ପ‌ରେ ଏହାର ପ୍ରକିୟା ପ୍ରାୟ ସମାନ ରହିଛି । ୨୬ ଜାନୁଆରୀ ପ୍ୟାରେଡର ଆରମ୍ଭ ରାଇସିନା ହିଲରୁ ହୋଇଥାଏ। ଏହାପରେ ରାଜପଥ,ଇଣ୍ଡିଆ ଗେଟ ଦେଇ ପ୍ୟାରେଡ ଲାଲକିଲ୍ଲାରେ ଯାଏ ଯାଇଥାଏ। ରାଇସିନା ହିଲରୁ ଲାଲକିଲ୍ଲା ଯାଏ ପ୍ରାୟ ୮ କିଲୋମିଟର ଯାଏ ଏହି ପ୍ୟାରେଡ ଚାଲିଥାଏ। ରାଷ୍ଟ୍ରପତିଙ୍କୁ ସାଲାମ ଜଣାଇବା ସହ ପ୍ୟାରେଡର ଆରମ୍ଭ ହୋଇଥାଏ। ପ୍ୟାରେଡ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ୧୪ ଘୋଡା ସବାରୀଙ୍କ ସହ ଇଣ୍ଡିଆଗେଟରେ ପହଞ୍ଚିଥାନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଥାନ୍ତି।

ଚଳିତ ବର୍ଷ ବଦଳିବ ଗଣତନ୍ତ୍ର ଦିବସ ପରମ୍ପରା

୧୯୭୩ ମହିସାରେ ତତକାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଇଣ୍ଡିଆଗେଟ ସ୍ଥିତ ‘ଅମର ଜବାନ ଜ୍ୟୋତି’ଠାରେ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରମ୍ପରା ଆରମ୍ଭ କରିଥିଲେ। ଯାହା ଗତବର୍ଷ ପର୍ଯ୍ୟନ୍ତ ଚାଲୁଥିଲା। ‘ଅମର ଜବାନ ଜ୍ୟୋତି’ଠାରେ ୧୯୭୧ ପାକିସ୍ଥାନ ସହ ଯୁଦ୍ଧରେ ସହିଦ ଜବାନଙ୍କ ଉଦେଶ୍ୟରେ ନିର୍ମାଣ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ୨୦୨୦ ଗଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପରମ୍ପରା ଭାଙ୍ଗି ଗତବର୍ଷ ନିର୍ମାଣ କରାଯାଇଥିବା ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ସେଠାରେ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ। ଜାତୀୟ ଯୁଦ୍ଧ ସ୍ମାରକୀରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ସହିଦ ହୋଇଥିବା ଜବାନଙ୍କ ନାମ ଲିଖିତ କରାଯାଇଛି।

ତଥ୍ୟ ସୌଜନ୍ୟ: ଅମର ଉଜାଲା

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories