ଗଡମଧୁପୁର : ଧର୍ମଶାଳା ତହସିଲ ଅଧିନ ରାହାଡପୁର କଳାପଥର ଖାଦାନ ଉପରେ ଆଜି ସକାଳୁ ଜେନାପୁର ପୁଲିସ ଚଢାଉ କରିବା ଫଳରେ ତିନୋଟି କମ୍ପ୍ରେସର ସହିତ ଗୋଟିଏ ହାଇୱା ଗାଡି ଜବତ କରିଛି।
ସୂଚନା ଯୋଗ୍ୟ ଏହି କଳାପଥର ଖାଦାନ ଏବେ ଲିଜ ବାତିଲ କାରଣରୁ ବିନା ଲିଜରେ ରହିଛି। ଏହାର ଫାଇଦା ଉଠାଇ ଏହି ପାହାଡରେ ପୂର୍ବରୁ କାର୍ଯ୍ୟ କରୁଥିବା କିଛି କଳାପଥର ବ୍ୟବସାୟୀ ପଥର ଉତ୍ତୋଳନ କରୁଥିବା ଖବର ପାଇ ପୁଲିସ ଆଜି ଚଢାଉ କରିଛି। ଥାନା ଅଧିକାରୀ ଆସିଶ କୁମାର ସାହୁ ସଦଳ ବଳେ ଚଢାଉ ସମୟରେ ତିନୋଟି କମ୍ପ୍ରେସର କାମ କରୁଥିବା ଦେଖି ସେଗୁଡିକୁ ଜବତ କରିବା ସହିତ ଗୋଟିଏ ହାଇୱା ଗାଡିକୁ ନିଜ ହେପାଜତକୁ ନେଇଛନ୍ତି। ଏଠାରେ କାମ କରୁଥିବା କିଛି ଲୋକଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି। ଆଜକୁ ଦୀର୍ଘ କିଛି ବର୍ଷ ଧରି ଉତ୍କଳ ହାଇୱେଜ ଏଠାରେ ଏକ କ୍ରସର ବସାଇ ନିଜର ପଥର ବ୍ୟବସାୟ ଚଳାଇ ଆସିଛି। ପୂର୍ବରୁ ତାର ନିଜସ୍ୱ ଖଣି ଲିଜ ନେଇଥିବା ବେଳେ ଲିଜ ବାତିଲ ଯୋଗୁ ଏବେ ଖଣି ହାତରେ ନାହିଁ। ଚଢାଉ ସମୟରେ ସେହି ଖଣି ଅଂଚଳରୁ କିଛି ସରଞ୍ଜାମ ଜବତ ହୋଇଥିବା ଜାଣିବାକୁ ମିଳିଛି। ସେହିପରି ଭାବରେ ଏହି ପାହାଡରେ କେବଳ ଗୋଟିଏ ମାତ୍ର ସୈରାତ ଲିଜ ରହିଥିବା ବେଳେ ଏକାଧିକ ଖାଦାନରୁ ପଥର ଚୋରି ଅବ୍ୟାହତ ରହିଛି। ଉତ୍କଳହାଇୱେଜ ତାର ପ୍ରତିକ୍ରିୟା ରେ କହିଛି ଆମର ଖଣିଥିଲା କାମ କରୁଥିଲୁ। ଏବେ ପୁନଃର୍ବାର ଲିଜ ଆବେଦନ କରି ଟେଣ୍ଡର ବାତିଲ କାରଣରୁ ଆମେ ଖଣି ପାଇପାରିନାହୁଁ। ତେବେ କ୍ରସର ଚଳାଇବାକୁ କ୍ୟାପଟିଭ ମାଇନନ୍ସ ପାଇଁ ଆବେଦନ କରିଥିଲେ ମଧ୍ୟ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଆମକୁ ସେଥିରୁ ବଞ୍ଚିତ ରଖିଛି। ଏସମ୍ବନ୍ଧରେ ଥାନାଧିକାରୀ ଆସିଶ କୁମାର ସାହୁଙ୍କ ପ୍ରତିକ୍ରିୟା ନେବାରେ ସେ ପୂର୍ବ ଖବର ଆଧାରରେ ଆଜି ଚଢାଉ କରାଯାଇଥିବା କହିବା ସହିତ ଏହା ଥାନା ତରଫରୁ ହୋଇଥିବା କହିଛନ୍ତି।
ରାହାଡପୁର ଖାଦାନରେ ଚଢାଉ, କମ୍ପ୍ରେସର ହାଇୱା ଜବତ
Popular Categories



