www.samajalive.in
Saturday, December 6, 2025
26.1 C
Bhubaneswar

ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ ନେତାଜୀ ଜୟନ୍ତୀ ପଳିତ

ଗଡ଼ମଧୁପୁର: ୧୮୯୭ ମସିହାରେ କଟକଠାରେ ଜନ୍ମ ଗ୍ରହଣ କରିଥିବା ମହାନ ଜନନାୟକ ନେତଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ପବିତ୍ର ଜନ୍ମତିଥି। ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ ନେତାଜୀଙ୍କର ୧୨୪ତମ ଜନ୍ମତିଥି ପାଳନ କରାଯାଇଛି। ଏହି ଅବସରରେ ସଙ୍ଘ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ନେତାଜୀଙ୍କ ଫଟୋଛିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପଦାନ କରାଯାଇଛି। ସଙ୍ଘର ସଭାପତି ସୌମ୍ୟରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲ ଯୋଗଦେଇ “ମୋତେ ରକ୍ତଦିଅ ମୁ ତୁମକୁ ସ୍ୱାଧିନତା ଦେବି” ବୋଲି ନେତାଜୀ କହିଥିବା ସ୍ମରଣ କରାଇଥିଲେ। ସାମ୍ବାଦିକ ବସନ୍ତ କୁାମର ନାୟକ ନେତାଜୀ ଆଜିମଧ୍ୟ ଜନମାନସର ପ୍ରତିକ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଶାନ୍ତ ସାମଲ, ବିନୋଦ ପରିଡା, ସୁନିଲ ଶତପଥି, ଶୁସାନ୍ତ ଖଟୁଆ,ଶୁସାନ୍ତ ଗୋତ୍ସାୟତ, ପ୍ରଭାତ କୁମାର ସାହୁ, ସୁବ୍ରତ କୁମାର ସାହୁ, ଦୀଲିପ କୁମାର ପରିଡା ଓ ଅବସରପ୍ରାପ୍ତ ଶିକ୍ଷକ ପୁରସ୍ତମ ବେହେରା ,ନିର୍ମଳ ଚନ୍ଦ୍ର ବେହେରା, ଗଙ୍ଗାଧର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories