www.samajalive.in
Sunday, December 7, 2025
15.1 C
Bhubaneswar

ଧୂଳିଧୁଆଁ ଯୋଗୁଁ ଲୋକେ ଅତିଷ୍ଠ ; ୧୨ଘଣ୍ଟାରୁ ଅଧିକ ସମୟ ରାସ୍ତାରୋକ

ଗଡ଼ମଧୁପୁର : ୨୪ଘଣ୍ଟା ଧରି ରାସ୍ତାରେ ଚାଲିଛି ପଥର ବୋଝେଇ ଗାଡି। ଚିପ୍ସ, ମେଣ୍ଟାଲ, ବୋଲଡର, ସ୍ପଲ ବୋଝେଇ ଗାଡିର ଧୁଆଁ ଓ ଧୁଳିରେ ଅତିଷ୍ଟ ହେଲେଣି ରାସ୍ତା ପାର୍ଶ୍ବରେ ଘର କରି ରହୁଥିବା ଅନେକ ପରିବାର। ଅନେକବାର ଅଭିଯୋଗ କଲା ପରେ ମଧ୍ୟ ଫଳ ଶୁନ। ଅଭିଯୋଗର ଦୁଇଚାରି ଦିନ ପର୍ଯ୍ୟନ୍ତ ରାସ୍ତାରେ ପାଣି ପଡୁଛି। ତାପରେ ଯଥା ପୂର୍ବଂ ତଥା ପରଂ। ଧର୍ମଶାଳା ତହସିଲ ଅଧିନ ୫୩ନଂ ଜାତୀୟ ରାଜପଥ ପାର୍ଶ୍ବ ବରଡା ଛକଠାରୁ ତୁରଙ୍ଗ ପଯ୍ୟନ୍ତ ଲମ୍ବିଥିବା ରାସ୍ତାର ବରଡା ଗୋବରେଶ୍ୱର ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ରାସ୍ତାରେ ଗାଡି ଚଳାଚଳ ଫଳରେ ସେମାନଙ୍କ ଭାତ ହାଣ୍ଡିରେ ଧୂଳି ପଶୁଛି। ତେଣୁ ଏକାଧିକ ବାର ରାସ୍ତାରୋକ ପରେ ଗତକାଲି ସ୍ଥାନୀୟ ଲୋକେ ତୁରଙ୍ଗ ବରଡା ରାସ୍ତାରେ ପୂନଃର୍ବାର ଗାଡି ବନ୍ଦ କରିବାର ନିଷ୍ପତି ନେଇ ରାସ୍ତାରେ ଧାରଣାରେ ବସିଥିଲେ। ସକାଳ ୯ଟାରୁ ଧାରଣାକାରୀ ମାନେ ରାସ୍ତା ଉପରେ ବସି ରହିବାରୁ ଦୀର୍ଘ ୧୪ଘଣ୍ଟାରୁ ଅଧିକ ସମୟ ରାସ୍ତାରେ ଗାଡିଚଳାଚଳ ବନ୍ଦ ହୋଇଯାଇଥିଲା। ଫଳରେ ପଥରବୁହା ଗାଡି ଗୁଡିକ ରାସ୍ତା ବଦଳାଇ ଚାଲିଯାଇଥିଲେ। ତେବେ ଏହି ଘଟଣାର ୧୪ ଘଣ୍ଟା ପରେ ଅର୍ଥାତ ରାସ୍ତା ରୋକ କରିଥିବା ଲୋକମାନେ ରାତି ୯ଟା ପରେ ଘରକୁ ଚାଲିଗଲା ପରେ ସ୍ଥାନୀୟ ପ୍ରସାଶନ ଘଟଣାସ୍ଥଳକୁ ଆସି ଲୋକମାନଙ୍କୁ ଡକାଇ ବୁଝାସୁଝା କରିବା ସହିତ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାସ୍ତା ରୋକ ବନ୍ଦ କରିବାକୁ କହିଥିବା ସୁଣିବାକୁ ମିଳୁଛି। ଆଜି ସକାଳୁ ପୂନଃର୍ବାର ରାସ୍ତାରୋକ କରାଯିବାକୁ ଥିବା ବେଳେ ପ୍ରଶାସନର ବୁଝାସୁଝା ପରେ ଏବେ ସାମୟିକ ଭାବରେ ସ୍ଥଗିତ ରଖାଯାଇଥିବା ପ୍ରଭାବିତ ଲୋକମାଙ୍କ ଠାରୁ ଜାଣିବାକୁ ମିଳିଛି।

ଦେଖାଯାଇଛି ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଦୈନିକ ୪ ଶହରୁ ଅଧିକ ହାଇୱା ଗାଡିର କଳାପଥର ରାହାଡପୁର ଓ ଡଙ୍କାରୀ ମୌଜାରେ ଥିବା କ୍ରସରରୁ ଚାଲାଣ ପରିବହନ କରାଯାଉଥିବାରୁ ଅଧିକ ପରିମାଣର ଧୂଳି ଓ ଧୁଆଁ ଉଡି ଲୋକମାନଙ୍କ ଘରେ ପିଇବା ପାଣିଠାରୁ ଆରମ୍ଭ କରି ଶୋଇବା ବିଛଣା ଉପରେ ମଧ୍ୟ ଅସ୍ତରଣ ସୃଷ୍ଟି କରୁଛି। ଡଙ୍କାରୀ ମୌଜାରେ ଥିବା ପିଆରପିଏଲ କ୍ରସରକୁ ଛାଡି ଦେଲେ ଅନ୍ୟ କୌଣସି କ୍ରସର ମାଲିକ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏକାକି ଏହି ବୋଝକୁ ପିଆରପିଏଲକୁ ଉଠାଇବାକୁ ପଡୁଥିବାରୁ ସେ ମଧ୍ୟ ପାଣି ପକାଇବାକୁ ବେଳେ ବେଳେ ବନ୍ଦ ରଖୁଛନ୍ତି। ତେଣୁ ଏହାଦ୍ୱାରା ପ୍ରଭାବିତ ହେଉଥିବା ଲୋକେ ଏହି ରାସ୍ତାରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଲଗାଇବାକୁ ନିବେଦନ କରିଛନ୍ତି। ଯଦି ତା ନହୁଏ ତେବେ ରାସ୍ତାରେ ପାଣି ପକାଇ ଧୂଳି ଯେପରି ନଉଡିବ ସେଥିପ୍ରତି କ୍ରସରମାଲିକ ମାନେ ଯତ୍ନବାନ ହେବାକୁ ସେମାନେ ଚେତାବନୀ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories