ଗୋଟିଏ ସ୍ୱାସ୍ଥ୍ୟ ସୁଯୋଗ ଉପଯୋଗ କରିବା ଉପରେ ମିଳିତ ଭାବେ କାର୍ଯ୍ୟ କରିବେ ଜି୨୦ ଦେଶ ସମୂହ

ନୂଆଦିଲ୍ଲୀ: ଦ୍ୱିତୀୟ ଜି୨୦ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାମାନଙ୍କ ରାଉଣ୍ଡ ଟେବୁଲ୍ ବୈଠକ ଗତକାଲି ଶେଷ ହୋଇଛି। ଅଧିବେଶନ ଶେଷ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ କହିଛନ୍ତି ଯେ, ରୋଗର ନିରାକରଣ ତଥା ମହାମାରୀ ପ୍ରସ୍ତୁତି ପାଇଁ ଗୋଟିଏ ସ୍ୱାସ୍ଥ୍ୟ ସୁଯୋଗ ଉପଯୋଗ କରିବା ଉପରେ ସମସ୍ତ ଜି୨୦ ଦେଶ ମିଳିତ ଭାବରେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଅନୁକୂଳ ବ୍ୟବସ୍ଥାରେ କାର୍ଯ୍ୟ-ଆଧାରିତ ବିଶ୍ୱ ବିଜ୍ଞାନ ପରାମର୍ଶ ପ୍ରଣାଳୀ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଥର ପାଇଁ ଭାରତର ଅଧ୍ୟକ୍ଷତା କାଳରେ ଶେରପା ପଦକ୍ଷେପ ଭାବରେ ଜି୨୦ ଚିଫ୍‌ ସାଇଣ୍ଟିଫିକ୍‌ ଆଡ୍‌ଭାଇଜର୍ସ ରାଉଣ୍ଡଟେବୁଲ ମିଟିଂ(ସିଏସ୍‌ଏଆର) ଆରମ୍ଭ କରାଯାଇଥିଲା।

prayash

ଏହି ରାଉଣ୍ଡଟେବୁଲ ବୈଠକରେ ବିଜ୍ଞାନ ପରାମର୍ଶଦାତା, ବୈଜ୍ଞାନିକ, ଜି୨୦ ଦେଶର ଗବେଷକ ଏବଂ ଆମନ୍ତ୍ରିତ ଦେଶମାନେ ଭାଗ ନେଇଥିଲେ। ବୈଠକରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା।

Comments are closed.