ତିଗିରିଆରେ ଜି-୨୦ ସଚେତନତା କାର୍ଯ୍ୟକ୍ରମ

ତିଗିରିଆ: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ଭିନ୍ନଭିନ୍ନ
ବିଷୟବସ୍ତୁକୁ ନେଇ ବୈଠକମାନ ଆୟୋଜନ କରାଯାଉଛି । ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ। ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ନିମନ୍ତେ ବ୍ୟାପକ ଜନସଚେନତା ସୃଷ୍ଟି ଲାଗି ଉତ୍କଳ ଦିବସଠାରୁ ରାଜ୍ୟବ୍ୟାପୀ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜି-୨୦କୁ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ କରିବା ଆଭିମୁଖ୍ୟ ନେଇ ମଙ୍ଗଳବାର କଟକ ଜିଲ୍ଲା ତିଗିରିଆ ନିଜିଗଡ଼ସ୍ଥିତ ଆଦର୍ଶ ଗ୍ରାମୀଣ ସ୍ୱାସ୍ଥ୍ୟ ଅନୁସନ୍ଧାନ କେନ୍ଦ୍ରଠାରେ ଜି-୨୦ ତଥା ବସୁଧୈବ କୁଟୁମ୍ବକମ୍ ବିଷୟବସ୍ତୁକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

prayash

ଅନୁଷ୍ଠାନର ଭାରପ୍ରାପ୍ତ ଅଧିକାରୀ ବୈଜ୍ଞାନିକ ଡ. ପୂଜାରିଣୀ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଜନଭାଗିଦାରୀ କାର୍ଯ୍ୟକ୍ରମରେ ତିଗିରିଆ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ରଙ୍ଗୋଲୀ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ ଏମ୍ ଆର୍ ସି ଭୁବନେଶ୍ବରର ନିର୍ଦେଶିକା ଡକ୍ଟର ସଂଘମିତ୍ରା ପତି ଯୋଗଦେଇ କେନ୍ଦ୍ର ପରିସରରେ ବୃକ୍ଷରୋପଣ କରିବା ସହିତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ନିଜିଗଡ଼ ସରପଞ୍ଚଙ୍କ ପ୍ରତିନିଧି ରାଜା ଆଦିତ୍ୟ ପ୍ରସାଦ ମହାନ୍ତି, ଗଦାଧରପୁର ସରପଞ୍ଚ ପୁଷ୍ପିତା ସ୍ଵାଇଁ, ସାମାଜିକ କର୍ମୀ ସରୋଜ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷକ ତଥା ତିଗିରିଆ ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ସୁବୋଧ ପଟ୍ଟନାୟକ, ତିଗିରିଆ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଲି ଖାଁ, ଅଚଳକୋଟର ପୂର୍ବତନ ସରପଞ୍ଚ ଗୌରହରି ପ୍ରଧାନ, ସ୍ଵେଚ୍ଛାସେବୀ ଜିତେନ୍ଦ୍ର କୁମାର ରାଉଳ, ସୋମପଡା ଗ୍ରାମ ମୁଖ୍ୟ ତ୍ରିଲିପ କୁମାର ସାମନ୍ତରାୟ, କୁମ୍ଭୀପୁଟ ଗ୍ରାମର ଆଦିତ୍ୟ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ଆଦର୍ଶ ଗ୍ରାମୀଣ ସ୍ୱାସ୍ଥ୍ୟ ଅନୁସନ୍ଧାନ କେନ୍ଦ୍ରର ନୋଡାଲ ଅଧିକାରୀ ଡ. ସୁବ୍ରତ କୁମାର ପାଲଙ୍କ ସହିତ କେନ୍ଦ୍ରର ଦେବଦତ୍ତ ଭଟ୍ଟାଚାର୍ଯ୍ୟ, ଶ୍ରୀକାନ୍ତ କାନୁନଗୋ, ଜୟସିଂ କ୍ଷତ୍ରି, ମଧୁସ୍ମିତା ବଳ ଏବଂ ଏନ. ଏନ୍ ମଣ୍ଡଳ ପ୍ରମୁଖ ବୈଜ୍ଞାନିକମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Comments are closed.