www.samajalive.in
Monday, December 15, 2025
14.1 C
Bhubaneswar

ପୁଣି କଳିଙ୍ଗା ଘାଟି ପାଲଟିଲା ଲୁଟିଆଙ୍କ ଅଭୟ ସ୍ଥଳ, ବନ୍ଧୁକ ମୁନରେ ଲୁଟିଲେ ଟୋୟୋଟା ଗାଡି

ଜି.ଉଦୟଗିରି: କିଛି ଦିନର ନୀରବତା ପରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟି ଏବେ ଲଟିଆଙ୍କ ଅଭୟ ସ୍ଥଳ ପାଲଟିଥିବା ଦେଖିବାକୁ ମିଳିଛି।ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଜିଟୁସ୍ ଟୋୟୋଟା। ବିବରଣୀରୁ ପ୍ରକାଶ ଯେ ଶୁକ୍ରବାର ବିଳମ୍ବିତ ରାତିରେ ଫୁଲବାଣୀ ଶଗଡିଆ ସାହିର କୁମୁଦ ନାୟକ ୪୫ ନିଜର ବ୍ୟକ୍ତିଗତ କାମରେ ଭଞ୍ଜନଗର ଯାଉଥିବା ବେଳେ ତାଙ୍କୁ ପିଛା କରୁଥିବା ଏକ ଲୁଟିଆ ଦଳ ହଠାତ୍ କଳିଙ୍ଗା ଘାଟିରେ  ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଜିଟୁସ୍ ଟୋୟୋଟା ଗାଡି ନଂ ଓଆର ୦୨ ବିଭି ୯୦୬୨କୁ ଲୁଟି ନେଇଥିବା ଜଣାପଡିଛି। ବିଳମ୍ବିତ ରାତିର କୁମୁଦ ନାୟକଙ୍କ ଏତଲାକୁ ଭିତ୍ତି କରି ରାତିରେ ଥାନା ଅଧିକାରୀଣୀ ରେବତୀ ଶବର ସଦଳବଳେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ସୁଦ୍ଧା ଲୁଟିଆଙ୍କ ପତ୍ତା ପାଇପାରି ନଥିଲେ।
ଏ ନେଇ ଥାନା କେସ୍ ନଂ ୯୧/୨୧ ଦଫା ୩୯୫,ଆଇ.ପି.ସି.ଆର.ଡବ୍ଳ୍ୟୁ,୨୫/୨୭ ଆର୍ମସ୍ ଆକ୍ଟରେ ମକଦମା ରୁଜୁ କରି  ଏସଆଇ ବିଭୂତି ଭୂଷଣ ମୁଦୁଲୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ଥାନା ଅଧିକାରୀଣୀ ଶ୍ରୀମତି ଶବର ସୂଚନା ଦେଇଛନ୍ତି।ପ୍ରକାଶ ଥାଉକି ପୂର୍ବରୁ ଏହି ଘାଟିରେ ବନ୍ଧୁକ ମୁନରେ ଏକ କାର ଲୁଟ ହୋଇଥିବା ବେଳେ ପୁନର୍ବାର ଏହି ଘଟଣା ଲୁଟାଆଙ୍କ ପାଇଁ ଅଭୟ ସ୍ଥଳ ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories