ଜି ଉଦୟଗିରି: ଦୀପକ ଫୁଟବଲ୍ କ୍ଲବ ସହଯୋଗରେ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପ୍ରଥମ ଦିନରେ ଗୁତ୍ତିଙ୍ଗିଆ ବନାମ ରାଇକିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ମୁଖ୍ୟଅତିଥି ଭାବେ ସ୍ବର୍ଗତ ଲେକ୍ଚରେର ବୁଳିଆନଙ୍କ ଧର୍ମପତ୍ନୀ ଅଧ୍ୟାପିକା ସୁଜାତା ବେହେରା ଯୋଗଦେଇ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ସମବାୟ ସମିତି ସଭାପତି ଜମେସ ପ୍ରଧାନ, ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ, ଏନ୍ ରଜାରାଓ, ବଟକୃଷ୍ଣ ପ୍ରଧାନ, କୁମୁଦିନୀ ଦିଗଲ, ସୂର୍ଗତ ବୁଲିଙ୍କ ଝିଅ ଏନ୍ ପ୍ରଶଂସା ଉପସ୍ଥିତ ଥିଲେ। ଉଦଘାଟନୀ ମ୍ୟାଚକୁ କିଶୋର ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ଆଜିର ମ୍ୟାଚରେ ରାଇକିଆ ୪-୧ରେ ବିଜୟା ହୋଇଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଅବୁ ନାୟକକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆସନ୍ତା ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ଅବସରରେ ଉଦଯାପିତ ହେବ ବୋଲି ଜଣାପଡିଛି।
Popular Categories



