ଜି.ଉଦୟଗିରି: ମଙ୍ଗଳବାର ଅପରାହ୍ନ ପ୍ରାୟ ୩.୧୫ ରୁ ୪.୩୦ ପର୍ଯ୍ୟନ୍ତ କାଳବୈଶାଖି ତାର ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଝଡ ତୋଫାନ ସହ ବର୍ଷା ହେବାରୁ ଫୁଲବାଣି ଠାରୁ ବ୍ରହ୍ମପୁର ଜାତୀୟ ରାଜପଥ ସ୍ଥିତ ଜବେଡି ଠାରେ ବିରାଟ ବଟଗଛ ପଡି ରାସ୍ତା ଜାମ ହୋଇଯିବା ଫଳରେ ପ୍ରାୟ ଦୁଇରୁ ତିନି ଘଣ୍ଟା ଧରି ଉଭୟ ପଟରୁ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା। ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଘଛ କାଟିବା ପରେ ପୁଣି ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ସେହିପରି ଜି.ଉଦୟଗିରି ୪ନଂ ଓ୍ବାର୍ଡର ଶ୍ରୀରାମପଦା ଠାରେ ଏନଏସି ପକ୍ଷରୁ ଅର୍ଦ୍ଧ ନିର୍ମିତ ଯାତ୍ରୀ ବିଶ୍ରାମାଗାର,ବିଦ୍ୟୁତ ଖୁଣ୍ଟ ଓ ବଡ ଗଛ ପଡିଯାଇଥିବା ଫଳରେ ବିଦ୍ୟୁତ ସରବରାହ ବିଛିନ୍ନ ଥିବା ଜଣ ପଡିଛି।
Popular Categories



