www.samajalive.in
Sunday, December 7, 2025
23.1 C
Bhubaneswar

ଜି.ଉଦୟଗିରି: ୯ନମ୍ୱର ୱାର୍ଡ ସଭ୍ୟା ଲକ୍ଷ୍ମୀପ୍ରିୟା ପରିଚ୍ଛାଙ୍କ ପ୍ରାଥମିକ ସଦସ୍ୟ ପଦ ରଦ କଲା ବିଜେପି

ଜି ଉଦୟଗିରି: ଚଳିତ ପୌର ନିର୍ବାଚନରେ ଜି ଉଦୟଗିରି ୯ନମ୍ୱର ୱାର୍ଡରୁ ବିଜେପି ପ୍ରାର୍ଥୀ ଭାବେ ଲକ୍ଷ୍ମୀପ୍ରିୟା ପରିଚ୍ଛା ବିଜୟୀ ହୋଇଥିଲେ। କିନ୍ତୁ ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିଲେ ମଧ୍ୟ ଲକ୍ଷ୍ମୀପ୍ରିୟା ପରିଛା ଦଳ ବିରୋଧରେ ଯାଇ ଅନ୍ୟ ଦଳକୁ ଭୋଟ ଦେଇଥିଲେ। ଏ ସଂପର୍କରେ କୈଫତ ମଗାଯାଇ ଥିଲେ ସୁଧା ସେ ତା’ର କୌଣସି ଉତ୍ତର ଦେଇନଥିଲେ। ତେଣୁ ତାଙ୍କର ପ୍ରାଥମିକ ସଦସ୍ୟ ପଦକୁ ରଦ କରାଯାଇଛି ଓ ଏ ସଂପର୍କରେ ବିଜେପି ଜିଲା ସଭାପତିଙ୍କୁ ଜଣାଇଥିବା ନେଇ ଜି.ଉଦୟଗିରି ନଗର ବିଜେପି ସଭାପତି ଉଦେଶନ ପ୍ରଧାନ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ନଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ବଗର୍ତ୍ତୀ, ଭେଙ୍କଟ ବେହେରା ଓ ନୀଳମାଧବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories