www.samajalive.in
Saturday, December 6, 2025
15.1 C
Bhubaneswar

ମାଳଦ୍ୱୀପରେ ହେବନି ଫିଲ୍ମ ଶୁଟିଂ? ଏଫଡବ୍ଲ୍ୟୁଆଇସିଇ ଜାରି କଲା ପ୍ରେସ୍ ବିଜ୍ଞପ୍ତି

ନୂଆଦିଲ୍ଲୀ: ମାଳଦ୍ୱୀପ ବିବାଦ ମଧ୍ୟରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌(ଏଫଡବ୍ଲ୍ୟୁଆଇସିଇ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏଫଡବ୍ଲ୍ୟୁଆଇସିଇ ସମସ୍ତ ଚଳଚ୍ଚିତ୍ର ନିର୍ମାତାଙ୍କୁ ମାଳଦ୍ୱୀପକୁ ବୟକଟ୍‌ କରିବାକୁ ନିବେଦନ କରିଛି। ସଂଘ କହିଛି ଯେ, ମାଳଦ୍ୱୀପରେ ଶୁଟିଂ କରିବା ପରିବର୍ତ୍ତେ ଚଳଚ୍ଚିତ୍ର ନିର୍ମାତାମାନେ ଭାରତରେ ସେହିଭଳି କୌଣସି ସ୍ଥାନରେ ଫିଲ୍ମର ଶୁଟିଂ କରନ୍ତୁ ଏବଂ ପର୍ଯ୍ୟଟନର ବିକାଶରେ ସହଯୋଗ କରନ୍ତୁ।


ଫେଡେରେସନ୍ ଏହାର ପ୍ରେସ୍‌ ବିଜ୍ଞପ୍ତିରେ ଲେଖିଛି ଯେ, ‘‘ମାଳଦ୍ୱୀପର ତିନିଜଣ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ମିଡିଆ ଏବଂ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା କର୍ମଚାରୀ, ଟେକ୍ନିସିଆନ ଏବଂ କଳାକାରମାନଙ୍କର ସର୍ବ ପୁରାତନ ଫେଡେରେସନ୍ ଏଫଡବ୍ଲ୍ୟୁଆଇସିଇ ଏକ ନିଷ୍ପତ୍ତି ନେଇଛି। ବିଶ୍ବସ୍ତରରେ ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ମାଳଦ୍ୱୀପ ମନ୍ତ୍ରୀଙ୍କ ଦାୟିତ୍ବହୀନତା ଏବଂ ଭୁଲ୍‌ ମନ୍ତବ୍ୟକୁ ଏଫଡବ୍ଲ୍ୟୁଆଇସିଇ ନିନ୍ଦା କରୁଛି ଏବଂ ମାଲଦ୍ୱୀପକୁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି। ଏଫଡବ୍ଲ୍ୟୁଆଇସିଇ ଏହାର ସଦସ୍ୟମାନଙ୍କୁ ନିବେଦନ କରୁଛି ଯେ, ମାଳଦ୍ୱୀପର ବିଭିନ୍ନ ସ୍ଥାନରେ ଶୁଟିଂ କରିବା ପରିବର୍ତ୍ତେ ସେମାନେ ଭାରତର ସେହିଭଳି ସ୍ଥାନମାନଙ୍କରେ ଶୁଟିଂ କରନ୍ତୁ ଏବଂ ପର୍ଯ୍ୟଟନର ବିକାଶରେ ସହଯୋଗ କରନ୍ତୁ। ଏଥିସହ ସମଗ୍ର ବିଶ୍ୱର ନିର୍ମାତାମାନଙ୍କୁ ଏହି ପରାମର୍ଶ ଦିଆଯାଉଛି ଯେ, ମାଳଦ୍ୱୀପରେ କୌଣସି ଶୁଟିଂ ଯୋଜନା କରନ୍ତୁନାହିଁ। ଆମେ ସମସ୍ତେ ଆମର ପ୍ରଧାନମନ୍ତ୍ରୀ ଏବଂ ଦେଶ ସହିତ ଛିଡ଼ା ହୋଇଛୁ।”

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories