www.samajalive.in
Saturday, December 6, 2025
26.1 C
Bhubaneswar

୪ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା

ଭୁବନେଶ୍ବର : ଭାରତ ଯୋଡ ଯାତ୍ରା ସମୟରେ ଓଡିଶା ଆସିବେ ରାହୁଲ ଗାନ୍ଧୀ। ଜାନୁଆରୀ ୧୪ ତାରିଖରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଯାହା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ ।  ଗୁରୁବାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚିତ ହୋଇଛି। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଏହି ଯାତ୍ରା ଦେଶରେ ଜନ ଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ କରାଯାଉଛି। ତେବେ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଓଡିଶାରେ ୪ ଦିନ ରହିବେ । ଓଡିଶାର ୪ଟି ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା ଦେଇ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବ।  ନେଇ ସୂଚନା ରହିଛି। ମୋଟ୍ ୬୬ ଦିନରେ କଂଗ୍ରେସ ନେତା ଓ କର୍ମୀମାନେ ୧୧୦ଟି ଜିଲ୍ଲା, ୧୫ଟି ରାଜ୍ୟ ବୁଲିବାର କାର୍ଯ୍ୟକ୍ରମ ରହିଛି । ସାଧରଣ ଜନତା ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇପାରିବେ ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories