ରାମାୟଣରେ ପାତାଳ ଲୋକ : ଜାଣନ୍ତୁ ଏହା କେଉଁଠି ଅଛି..
ପିଲାଦିନରୁ ହିଁ ସଭିଏଁ ବିଭିନ୍ନ ପ୍ରକାର କାହାଣୀ,ପୌରାଣିକ କଥାରେ ଓ ଟିଭି ଧାରାବାହିକରେ ପାତାଳ ଲୋକ ବିଷୟରେ ନିଶ୍ଚୟ ଦେଖିଥିବେ। ଜେଜେବାପା, ଅଜା ଆଈଙ୍କ ଠାରୁ ମଧ୍ୟ ଅନେକ କଥା ଶୁଣିଥିବେ। ପୌରାଣିକ କଥା ଅନୁଯାୟୀ, ଆମେ ଯେଉଁଠାରେ ବାସ କରୁଛୁ,ତାହା ପୃଥିବୀ ଲୋକ ବୋଲି କୁହାଯାଏ। ପୃଥିବୀ ଲୋକ ତଳେ ଆଉ ଏକ ଦୁନିଆ ରହିଛି ବୋଲି କୁହାଯାଏ, ଯାହା ପାତାଳ ଲୋକ ନାମରେ ଜଣାଯାଏ। ସମୁଦ୍ରର ଅସୀମ ଗଭୀରରେ ପାତାଳର ଅସ୍ଥିତ୍ୱ ରହିଥିବା ନେଇ ଉଲ୍ଲେଖ ରହିଛି। କୁହାଯାଇଛି ପୃଥିବୀ ଓ ସମୁଦ୍ର ତଳେ ପାତାଳ ଲୋକର ଅସ୍ଥିତ୍ୱ ମିଳିଛି। ମାତ୍ର ଏସବୁ ଶୁଣିବା ପରେ ଅନେକଙ୍କ ମନରେ ପ୍ରଶ୍ନ ଆସେ ସତରେ ପାତାଳ ଲୋକ ଅଛି କି?
ଅନେକ ସମୟରେ ଲୋକେ ଚିନ୍ତା କରନ୍ତି,ଏହା ଏକ କଳ୍ପନା ମାତ୍ର। ନଚେତ୍ କେବଳ ପୁରାଣରେ ହିଁ ଏହା ବିଷୟରେ ବର୍ଣ୍ଣନା କରାଯାଇଛି। ସେଭଳି ରାମାୟଣରେ ମଧ୍ୟ ପାତାଳ ଲୋକ ବିଷୟରେ ବର୍ଣ୍ଣନା କରାଯାଇଛି। ରାମାୟଣରେ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ହନୁମାନ ଏକ ସୁଡଙ୍ଗ ଭିତରେ ଯାଇ ପାତାଳ ଲୋକରେ ପହଞ୍ଚିଥିଲେ।
ରାମାୟଣରେ ଯେଉଁ ପାତାଳ ଲୋକ ବିଷୟରେ ବର୍ଣ୍ଣନା କରାଯାଇଛି, ତାହା ପୃଥିବୀ ତଳେ ଥିବା ଦୁନିଆକୁ କୁହାଯାଏ। ପାତାଳ ଲୋକ ପର୍ଯ୍ୟନ୍ତ ଯିବା ପାଇଁ ଅନେକ ଗଭୀର ସ୍ତର ପ୍ରାୟ ୭୦ ହଜାର ସ୍ତର ପର୍ଯ୍ୟନ୍ତ ଯିବାକୁ ପଡିବ।
ବୈଜ୍ଞାନିକ ମାନେ ଆମେରିକାର ହୋଣ୍ଡୁରାସରେ ‘ସିଉଦାଦ ୱାନକା’ ନାମରେ ଏକ ପୁରୁଣା ସହର ଆବିଷ୍କାର କରିଛନ୍ତି। ଅନେକଙ୍କ କହିବାନୁଯାୟୀ, ଏହା ସେହି ସହର ଯେଉଁଠାରୁ ପ୍ରଭୁ ହନୁମାନ ପାତାଳ ଲୋକରେ ପହଞ୍ଚିଥିଲେ। ଏହାକୁ ବିଶ୍ୱାସ କରିବାକୁ ଅନ୍ୟ କିଛି କାରଣ ମଧ୍ୟ ରହିଛି।
ଆମେରିକାରେ ମିଳିଥିବା ଏହି ସହରକୁ ପାତାଳ କହିବାର ଅନ୍ୟ ଏକ କାରଣ ହେଉଛି,ଯଦି ଭାରତରୁ କୌଣସି ସୁଡଙ୍ଗ ଖନନ କରାଯାଏ,ଏହା ସିଧା ‘ସିଉଦାଦ ୱାନକା’ରେ ପହଞ୍ଚିବ।
ଅନ୍ୟ ଏକ କାରଣ ହେଉଛି, ଏହି ସୁଡଙ୍ଗରେ ପ୍ରଭୁ ହନୁମାନଙ୍କ ଭଳି ବାନରଦେବଙ୍କ ମୂର୍ତ୍ତି ମିଳିବା। ଏହି ମୂର୍ତ୍ତିରେ ବାନରଦେବ ଆଣ୍ଠୁ ମାଡି ବସିବା ସହ ତାଙ୍କ ହାତରେ ଗଦା ଭଳି କିଛି ଅସ୍ତ୍ର ମଧ୍ୟ ଦେଖାଯାଉଛି।
ସେହିପରି ଅନ୍ୟ କେତେକ ଐତିହାସିକଙ୍କ ମତାନୁଯାୟୀ ହଜାର ବର୍ଷ ପୂର୍ବରୁ ବିଲୁପ୍ତ ହୋଇ ସାରିଥିବା ଏହି ସହରରେ ଲୋକେ ବାନର ମୂର୍ତ୍ତିର ପୂଜା କରୁଥିଲେ। ଏହି କାରଣରୁ ରାମାୟଣରେ ଯେଉଁ ପାତାଳ ଲୋକ ବିଷୟରେ ଉଲ୍ଲେଖ ରହିଛି,ତାହା ଏହି ବିଲୁପ୍ତ ସହର ବୋଲି ଅନୁମାନ କରାଯାଉଛି।
Comments are closed.