ଆମ ପୃଥିବୀପୃଷ୍ଠରେ ବିଭିନ୍ନ ବିଚିତ୍ର କଥାମାନ ଶୁଣିବାକୁ ମିଳେ। କେଉଁଠି ରହସ୍ୟମୟ ସ୍ଥାନଟେ ଅଛି ତ’ ଅନ୍ୟ ସ୍ଥାନରେ ଲୋକଙ୍କ ଜୀବନଶୈଳୀକୁ ଆଧାର କରି ବିଭିନ୍ନ କଥାମାନ ଶୁଣିବାକୁ ପଡ଼େ। ସେହିଭଳି ଅଜବ ତଥା ଭିନ୍ନ ପ୍ରକାର ଏକ ଫଳ ହେଉଛି ବିସ୍ଫୋରକ କାକୁଡ଼ି। ୟୁରୋପ, ଉତ୍ତର ଆଫ୍ରିକା ଓ ଏସିଆରେ କେତେକ ପ୍ରାନ୍ତରେ ଦେଖାଯାଉଥିବା
ଏଭଳି ପ୍ରଜାତି କାକୁଡ଼ିକୁ ସ୍ପର୍ଶ କରିବା ମାତ୍ରେ ତା’ ଭିତରେ ଥିବା ମଞ୍ଜିଗୁଡ଼ିକ ବିସ୍ଫୋରଣ ହୁଏ ଓ ଏକ ପ୍ରକାର ତରଳ ପଦାର୍ଥ ମଧ୍ୟ କାକୁଡ଼ିରୁ ବାହାରେ। ବିଶେଷଜ୍ଞ ଦଳ ଆଫ୍ରିକା ଜଙ୍ଗଲ ଭିତରେ ଏଭଳି କାକୁଡ଼ିକୁ ଚିହ୍ନଟ କରିବା ପରେ ପରୀକ୍ଷା ମଧ୍ୟ କରିଥିଲେ। କାକୁଡ଼ିରୁ ମଞ୍ଜି ବିସ୍ଫୋରଣ ହେଉଥିବା ଭିଡିଓ ସୁଟିଂ କରି ବିଶେଷଜ୍ଞ ଦଳ ସାମାଜିକ ଗଣମାଧ୍ୟମରେ ଅପଲୋଡ କରିଛନ୍ତି।
ଏହା ଏକ ବିଷାକ୍ତ ପ୍ରଜାତିର ଫଳ, ଏଣୁ ବିସ୍ଫୋରଣ କରୁଥିବା କାକୁଡ଼ି ଖାଇବାକୁ ବାରଣ ମଧ୍ୟ କରାଯାଇଛି। ଅନେକ ସମୟରେ ଏହି ବିଶେଷ ପ୍ରଜାତି କାକୁଡ଼ିକୁ ସ୍ପର୍ଶ ନ କରିବା ସତ୍ତ୍ବେ ତାହା ବିସ୍ଫୋରଣ କରେ।
ପାଟିରେ ରଖିଲେ ଜାଣିହେବ ଦାନ୍ତ ସ୍ଥିତି-ଦାନ୍ତ ପରୀକ୍ଷା ପାଇଁ ସ୍ବତନ୍ତ୍ର ଉପକରଣ – Samaja Live



