www.samajalive.in
Saturday, December 6, 2025
15.1 C
Bhubaneswar

ଏହି ୬ଟି ଜିନିଷ ଖାଇଲେ : ୧୫ ଦିନରେ କମିବ ପେଟ..

ମୋଟାପଣ ଓ ପେଟ ବଢିବା ଅଧିକାଂଶଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଏଭଳି କେତେକ ସହଜ ଉପାୟ ବିଷୟରେ ଜାଣନ୍ତୁ,ଯାହା ଦ୍ୱାରା ମୋଟାପଣ ହ୍ରାସ ହେବା ସହ ପେଟରେ ଥିବା ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ। ଜାଣନ୍ତୁ..
ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ପନିପରିବା କ୍ୟାଲୋରୀ କମ୍‌‌ କରିବା ସହ ଫାଇବରରେ ଭରପୁର। ଏଭଳି କି ଅସମୟରେ ଖାଦ୍ୟ ଖାଇବାର ଅଭ୍ୟାସ ଥିଲେ ଏଥି ଯୋଗୁଁ ସୃଷ୍ଟି ହେଉଥିବା ଶାରିରୀକ ସମସ୍ୟାକୁ ମଧ୍ୟ ସବୁଜ ପନିପରିବାର ନିୟନ୍ତ୍ରଣ କରିବାର କ୍ଷମତା ରହିଛି। ତେବେ ବିଭିନ୍ନ ପ୍ରକାର ପନିପରିବା ମଧ୍ୟରୁ ଏଭଳି ୬ଟି ପରିବା ବିଷୟରେ ଜାଣନ୍ତୁ ଯାହା ଓଜନ ହ୍ରାସ କରିବା ସହ ପେଟ କମାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏା
ଛତୁ ପ୍ରୋଟିନ ଓ ଫାଇବରରେ ଭରପୁର। ଏହା ମେଟାବୋଲିଜମ୍‌‌କୁ ଉତ୍ତମ ରଖିବା ସହ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଓଜନ ମଧ୍ୟ ହ୍ରାସ କରିଥାଏ।
କଖାରୁରେ ଫାଇବର ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ରହିଥାଏ, ବାରମ୍ବାର ଖାଇବାକୁ ଇଚ୍ଛା ହୋଇନଥାଏ। ଏହା ଓଜନ ହ୍ରାସ ପାଇଁ ଏକ ଉତ୍ତମ ବିକଳ୍ପ।
ଫାଇବର, ମିନେରାଲ୍ସ, ଭିଟାମିନ୍‌‌ରେ ଭରପୁର ବ୍ରୋକୋଲି ଅତିରିକ୍ତ ଚର୍ବି ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ।
ସବୁଜ ପନିପରିବାରେ କ୍ୟାଲୋରୀ ଓ କାର୍ବୋହାଇଡ୍ରେଟ କମ୍‌‌ ଥାଏ। ତେଣୁ ଏହାର ସେବନ କରିବା ଦ୍ୱାରା ଅତିରିକ୍ତ ଚର୍ବି ଜମାଟ ବାନ୍ଧିବାକୁ ଦେଇନଥାଏ। ପାଳଙ୍ଗଶାଗ ଓ ବିଭିନ୍ନ ପ୍ରକାର ଶାଗ ଏଥିରେ ଅନ୍ତର୍ଭୁକ୍ତ।
ନିୟମିତ ଭାବେ କାକୁଡି ଜୁସ୍‌‌ ପିଇବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇଥାଏ।
ଓଜନ ହ୍ରାସ ପାଇଁ ଗାଜର କମ କ୍ୟାଲୋରୀ ଥିବା ପରିବା ମଧ୍ୟରୁ ଗୋଟିଏ। ଏହାର ଜୁସ୍‌‌ ପିଇବା ସହ ସାଲାଡ ଖାଇ ପାରିବେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories